Below header

ରାଜଧାନୀରେ ବିଭିନ୍ନ ହୋଟେଲରେ କମିଶନରେଟ ପୋଲିସର ଅଚାନକ ଯାଞ୍ଚ, ସରାଇ ଆପ ଜରିଆରେ ତଥ୍ୟ ଦେଉନଥିଲେ ହେବ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର(କେନ୍ୟୁଜ୍‌): ରାଜଧାନୀରେ ବିଭିନ୍ନ ହୋଟେଲରେ କମିଶନରେଟ ପୋଲିସର ଅଚାନକ ଯାଞ୍ଚ । ୫୮ଟି ହୋଟେଲରେ ଯାଞ୍ଚ କରିଥିଲା ପୋଲିସ । ମାଷ୍ଟରକ୍ୟାଣ୍ଟିନ୍‌ରେ ଥିବା ୧୪ଟି ହୋଟେଲ, ଅଶୋକ ନଗରରେ ୨୭ଟି, ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ୭ଟି, ଚନ୍ଦ୍ରଶେଖରପୁରରେ ୧୦ଟି ହୋଟେଲକୁ ଅଚାନକ ଯାଞ୍ଚ କରିଥିଲା ପୋଲିସ । ସରାଇ ଆପ୍‌ରେ ଠିକ୍‌ ତଥ୍ୟ ଦେଉଛନ୍ତି କି ନାହିଁ ଯାଞ୍ଚ ହୋଇଥିଲା ।

ରାଜ୍ୟ ବାହାର ଓ ଭିତରୁ ଆସୁଥିବା ଗେଷ୍ଟମାନଙ୍କର ସଠିକ ତଥ୍ୟ ରଖୁଛନ୍ତି କି ନାହିଁ ତାହା ଯାଞ୍ଚ କରା ଯାଇଥିଲା । ଆଗକୁ ଏହି ଯାଞ୍ଚ ପ୍ରକ୍ରିୟା ଜାରି ରହିବ । ଯେଉଁ ହୋଟେଲଗୁଡ଼ିକ ସରାଇ ଆପ ଜରିଆରେ ତଥ୍ୟ ଦେଉନାହାନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.