Below header

ଟ୍ଵିଟର ଆଣୁଛି ବଢ଼ିଆ ଫିଚର! ଏଣିକି ସମସ୍ତଙ୍କୁ ଦେଖାଯିବ ନାହିଁ ଆପଣଙ୍କ ଟ୍ଵିଟ, ଜାଣନ୍ତୁ କେମିତି

ମାଇକ୍ରୋବ୍ଲଗିଙ୍ଗ ସାଇଟ୍‌ ଟ୍ଵିଟର ଏକ ନୂଆ ଫିଚର ଟେଷ୍ଟିଙ୍ଗ କରୁଛି। ଟ୍ଵିଟରର ଏହି ଫିଚରର ନାମ ସର୍କଲ। ଟ୍ଵିଟରର ଏହି ସର୍କଲ ଫିଚର ଆସିବା ପରେ ଆପଣ ନିଜେ ବାଛିପାରିବେ ଯେ ଆପଣଙ୍କ ଟ୍ଵିଟ କିଏ ଦେଖିବ ଏବଂ କିଏ ନାହିଁ। ଟ୍ଵିଟରର ଏହି ଫିଚର ଆପଣଙ୍କୁ ଗୃପ କିମ୍ବା ସର୍କଲ ବନାଇବାର ସୁବିଧା ଦେଇଥାଏ। ଯେଉଁ କାରଣରୁ ଆପଣଙ୍କ ଟ୍ଵିଟ ଆପଣ ବନାଇଥିବା ଗୃପରେ ହିଁ ଦେଖାଯିବ।

ଟ୍ଵିଟରରେ ଟେଷ୍ଟିଙ୍ଗ ମୁତାବକ ସର୍କଲ ଫିଚର ଆସିବା ପରେ ଏଥିରେ ଅଧିକରରୁ ଅଧିକ ୧୫୦ ଜଣ ଲୋକଙ୍କୁ ଯୋଡା ଯାଇପାରିବ। ଟ୍ଵିଟରର ଏହି ଫିଚର ଇନଷ୍ଟାଗ୍ରାମର କ୍ଲୋଜ ଫ୍ରେଣ୍ଡସ ଫିଚର୍ସ ଭଳି ହିଁ ଅଟେ। ଅର୍ଥାତ୍‌ ଆପଣ ନିଜର କିଛି ଖାସ୍‌ ଟ୍ଵିଟ ପାଇଁ ଫଲୋଅର୍ସ ନିର୍ଦ୍ଧାରଣ କରିପାରିବେ, ଯାହାପରେ ଆପଣଙ୍କ ଏହି ଟ୍ଵିଟ କେବଳ ସେହି ମାନଙ୍କୁ ହିଁ ଦେଖେଇବ। ଟ୍ଵିଟରରେ ଏହି ଫିଚର ଧିରେ ଧିରେ ୟୁଜର୍ସଙ୍କ ପାଇଁ ଜାରି କରାଯିବ। ଏହି ଫିଚରର ଖାସିୟତ୍‌ ହେଉଛି ସର୍କଲରେ ସାମିଲ ହୋଇଥିବା ଲୋକ ଆପଣଙ୍କ ଟ୍ଵିଟରେ ରିପ୍ଲାଏ ବି କରିପାରିବେ ଏବଂ ଲାଇକ ଓ ରି-ଟ୍ଵିଟ ବି କରିପାରିବେ।

ଟ୍ଵିଟର ସର୍କଲ ଫିଚରର ବ୍ୟବହାର କେମିତି କରିବେ

ପ୍ରଥମ କାମ ଏହା ହେଉଛି ଯେ ନିଜ ଟ୍ଵିଟର ଆକାଉଣ୍ଟ ଲଗଇନ୍‌ କରନ୍ତୁ। ଏବେ ପ୍ରୋଫାଇଲ ସେକ୍ସନକୁ ଯାଆନ୍ତୁ ଏବଂ କମ୍ପୋଜ୍‌ ଟ୍ଵିଟ ଅପ୍ସନକୁ ବାଛନ୍ତୁ। ଏବେ ଆପଣଙ୍କୁ  Audienceର ବଟନ୍‌ ଦେଖାଯିବ ତାହା ଉପରେ କ୍ଲିକ କରିବା ପରେ ନ୍ୟୁ ସର୍କିଲ ଅପ୍ସନ ମିଳିବ। ଏହା ଉପରେ କ୍ଲିକ କରି ଆପଣ ସର୍କିଲ ବନାଇପାରିବେ ଏବଂ ଲୋକଙ୍କୁ ଯୋଡି ପାରିବେ। ଆପଣ ସର୍କିଲକୁ ଏଡିଟ ମଧ୍ୟ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.