Below header

ବିଶ୍ୱ ଆତ୍ମହତ୍ୟା ନିରୋଧ ସପ୍ତାହରେ ସଚେତନତା କାର୍ଯ୍ୟକ୍ରମ

ପିଲାଙ୍କ ପାଇଁ ପୋଷ୍ଟର ପ୍ରତିଯୋଗିତାରେ ଦୁଇଟି ଥିମ୍‌ ରଖା ଯାଇଥିଲା । ଗୋଟିଏ ହେଲା ‘ଆତ୍ମହତ୍ୟା ରୋକିବା’ ଏବଂ ଅନ୍ୟଟି ‘ତୁମର ଖୁସି ସ୍ମୃତି’ ।

ଭୁବନେଶ୍ୱର (କେନ୍ୟୁଜ୍‌) : ଏ ଦୁନିଆଁରେ ବଢ଼ି ଚାଲିଛି ଆତ୍ମହତ୍ୟା ପ୍ରବଣତା । ସେ ଯୁବ ପିଢ଼ି ହେଉ ଅବା ବୟସ୍କ ନିଜ ଜୀବନ ହାରିଦେବାକୁ ପଛାଉ ନାହାନ୍ତି । ଏହାକୁ ରୋକିବା ପାଇଁ ଦରକାର ବ୍ୟାପକ ସଚେତନତା । ତେଣୁ ସେପଟେମ୍ବର ୧୦ରୁ ସାରା ବିଶ୍ୱରେ ପାଳନ କରାଯାଉଛି ଆତ୍ମହତ୍ୟା ନିରୋଧ ସପ୍ତାହ । ଏହି ଅବସରରେ କିଛି ଯୁବକ ଯୁବତୀ ପିଲାମାନଙ୍କୁ ନେଇ ପୋଷ୍ଟର ପ୍ରତିଯୋଗିତାର ଆୟୋଜନ କରିବା ସହିତ ଆତ୍ମହତ୍ୟା ରୋକିବା ପାଇଁ ଅଭିଭାବକମାନଙ୍କ ମଧ୍ୟରେ ଅଭିନବ ଢଙ୍ଗରେ ସଚେତନତା ସୃଷ୍ଟି କରିଥିଲେ ।
ସୁସ୍ଥ େଓ୍ଵଲନେସ୍‌ ସଂସ୍ଥା ଦ୍ୱାରା ଭୁବନେଶ୍ୱର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଦ୍ୱାରା ତୃଣମୂଳ ସ୍ତରରେ ସଚେତନତା ସୃଷ୍ଟି କରାଯାଉଛି । ପିଲାଙ୍କ ପାଇଁ ପୋଷ୍ଟର ପ୍ରତିଯୋଗିତାରେ ଦୁଇଟି ଥିମ୍‌ ରଖା ଯାଇଥିଲା । ଗୋଟିଏ ହେଲା ‘ଆତ୍ମହତ୍ୟା ରୋକିବା’ ଏବଂ ଅନ୍ୟଟି ‘ତୁମର ଖୁସି ସ୍ମୃତି’ । ଏଥିରେ ଅଂଶଗ୍ରହଣ କରିଥିବା ପିଲାମାନେ ସେମାନଙ୍କର ପ୍ରିୟ ଚିତ୍ର ଆଙ୍କିଥିଲେ ଏବଂ ନିଜ ସୃଜନଶୀଳତାର ପ୍ରଦର୍ଶନ କରିଥିଲେ । ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ । ଆତ୍ମହତ୍ୟା କାର୍ଯ୍ୟକଳାପର ପ୍ରାରମ୍ଭିକ ଲକ୍ଷଣ ତଥା ଯେକୌଣସି ମାନସିକ ସମସ୍ୟା ଏବଂ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ସଂସ୍ଥାର ସଦସ୍ୟମାନେ ଅଭିଭାବକମାନଙ୍କୁ ବୁଝାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.