SBI ରେ ୪୪୨ ମ୍ୟାନେଜର ପୋଷ୍ଟ ଓ ସ୍ପେଶିଆଲିଷ୍ଟ ପଦବୀ ପାଇଁ ଆବେଦନ କରନ୍ତୁ, ଜାଣନ୍ତୁ ଶେଷ ତାରିଖ କେବେ

ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (SBI) ସ୍ପେଶିଆଲିଷ୍ଟ କାର୍ଡର ଅଫିସର ପଦବୀ ପାଇଁ ଆବେଦନ ପତ୍ର ଆହ୍ଵାନ କରୁଛି । ଉପଯୁକ୍ତ ପ୍ରାର୍ଥୀ SBI ର ଅଫିସିଆଲ େଓ୍ଵବସାଇଟ୍‌ sbi.co.in ରେ ଆବେଦନ କରିପାରିବେ ।

ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (SBI) ସ୍ପେଶିଆଲିଷ୍ଟ କାର୍ଡର ଅଫିସର ପଦବୀ ପାଇଁ ଆବେଦନ ପତ୍ର ଆହ୍ଵାନ କରୁଛି । ଉପଯୁକ୍ତ ପ୍ରାର୍ଥୀ SBI ର ଅଫିସିଆଲ େଓ୍ଵବସାଇଟ୍‌ sbi.co.in ରେ ଆବେଦନ କରିପାରିବେ । ଏଥିପାଇଁ ରେଜିଷ୍ଟ୍ରେସନ ୧୬ ସେପ୍ଟେମ୍ବରରୁ ଆରମ୍ଭ ହୋଇ ଅକ୍ଟୋବର ୬ ୨୦୨୩ ରେ ସରିବ ବୋଲି ଏସବିଆଇ ସୂତ୍ରରୁ ଜଣାପଡିଛି । SBI ଏଥିପାଇଁ ୪୪୨ ମ୍ୟାନେଜର ପଦବୀ ଓ ସ୍ପେଶିଆଲଷ୍ଟ ପଦବୀ ବିଜ୍ଞପ୍ତି ଜାରି କରିଛି । ନିମ୍ନରେ ଦିଆଯାଇଥିବା ମନୋନୟନ ପ୍ରୋସେସ ଓ ଅନ୍ୟ ବିବରଣୀ ଦେଖନ୍ତୁ ।

ଗୁରୁତ୍ୱପୂର୍ଣ୍ଣ ତାରିଖ :

• ଆବେଦନ ପ୍ରକ୍ରିୟା ଆରମ୍ଭ – ୧୬ ସେପ୍ଟେମ୍ବର, ୨୦୨୩
• ଆବେଦନ ଶେଷ ତାରିଖ – ୬ ଅକ୍ଟୋବର, ୨୦୨୩
• ଅନଲାଇନ ପରୀକ୍ଷା ତାରିଖ – ପ୍ରାୟତଃ ଡିସେମ୍ବର ୨୦୨୩/ ଜାନୁଆରୀ ୨୦୨୪ ମଧ୍ୟରେ
• କଲ୍‌ ଲେଟର ଡାଉନଲୋଡ କରିବାର ସମ୍ଭାବ୍ୟ ତାରିଖ – ପରୀକ୍ଷାର ୧୦ ଦିନ ପୂର୍ବରୁ

ଆବେଦନ ପାଇଁ ଯୋଗ୍ୟତା :

ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା ପାଇଁ ନୋଟିଫିକେସନ ଚେକ୍‌ କରନ୍ତୁ ।

ମନୋନୟନ ପ୍ରକ୍ରିୟା :

ଲିଖିତ ପରୀକ୍ଷା ଦ୍ୱାରା ମନୋନୟନ କରାଯିବ । ଏଥିପାଇଁ ଦେଶର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା କରାଯିବ । ଅନ୍ୟ କେତେକ ପଦବୀ ପାଇଁ ସର୍ଟଲିଷ୍ଟ ପ୍ରାର୍ଥୀଙ୍କୁ ଇଣ୍ଟରଭ୍ୟୁର ସାମନା କରିବାକୁ ପଡିପାରେ ।

ଆବେଦନ ଫିଜ :

ଜେନେରାଲ/ଓବିସି/ଇଡବ୍ଲ୍ୟୁଏସ ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିଜ ଓ ଇଣ୍ଟିମେସନ ଚାର୍ଜ ୭୫୦ ଟଙ୍କା (ଏସସି/ଏସଟି/ପିଡବ୍ଲ୍ୟୁବିଡି ପ୍ରାର୍ଥୀଙ୍କ ପାଇଁ ଫିଜ ନାହିଁ ) । ଆବେଦନ ଫିଜ ଡେବିଟ କାର୍ଡ/କ୍ରେଡିଟ କାର୍ଡ/ଇଣ୍ଟରନେଟ ବ୍ୟାଙ୍କିଂ ଆଦି ମାଧ୍ୟମରେ କରାଯାଇପାରେ । ଅନଲାଇନ ପେମେଣ୍ଟ ପାଇଁ ଟ୍ରାନଜାକସନ ଫିଜ ଆବଶ୍ୟକ ହେଲେ ପ୍ରାର୍ଥୀଙ୍କୁ ଦେବାକୁ ପଡିବ । ଅଧିକ ବିବରଣୀ ପାଇଁ SBI ର ଅଫିସିଆଲ େଓ୍ଵବସାଇଟ ଚେକ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.