ବିଶିଷ୍ଟ ଧନୀ ଏଲନ ମସ୍କଙ୍କ ସହ ଅବୈଧ ସମ୍ପର୍କକୁ ନେଇ ପତ୍ନୀଙ୍କୁ ଛାଡ଼ପତ୍ର ଦେଲେ ଗୁଗୁଲ ସହ-ପ୍ରତିଷ୍ଠାତା ସର୍ଗେ ବ୍ରିନ୍‌ : ରିପୋର୍ଟ

ଗୁଗୁଲର ସହ-ପ୍ରତିଷ୍ଠାତା ପତ୍ନୀ ନିକୋଲ ଶାନହାଁ ଙ୍କୁ ଛାଡ଼ପତ୍ର ଦେଇଛନ୍ତି । ପତ୍ନୀଙ୍କର ବିଶିଷ୍ଟ ଧନୀ ଏଲନ ମସ୍କଙ୍କ ସହ ଅବୈଧ ସମ୍ପର୍କକୁ ନେଇ ପେଜ ସିକ୍ସରେ ପ୍ରକାଶ ପାଇବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି । କୋର୍ଟ ଡକ୍ୟୁମେଣ୍ଟ ଅନୁଯାୟୀ ଉଭୟଙ୍କର ୨୬ ମଇ ୨୦୨୩ ରେ ଛାଡପତ୍ର ହୋଇଥିଲା ।

ଗୁଗୁଲର ସହ-ପ୍ରତିଷ୍ଠାତା ପତ୍ନୀ ନିକୋଲ ଶାନହାଁ ଙ୍କୁ ଛାଡ଼ପତ୍ର ଦେଇଛନ୍ତି । ପତ୍ନୀଙ୍କର ବିଶିଷ୍ଟ ଧନୀ ଏଲନ ମସ୍କଙ୍କ ସହ ଅବୈଧ ସମ୍ପର୍କକୁ ନେଇ ପେଜ ସିକ୍ସରେ ପ୍ରକାଶ ପାଇବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି । କୋର୍ଟ ଡକ୍ୟୁମେଣ୍ଟ ଅନୁଯାୟୀ ଉଭୟଙ୍କର ୨୬ ମଇ ୨୦୨୩ ରେ ଛାଡପତ୍ର ହୋଇଥିଲା । ହେଲେ ନିଜ ୪ ବର୍ଷ ଝିଅର ଆଇନଗତ ଓ ଶାରିରୀକ ସୁରକ୍ଷା ପାଇଁ ଉଭୟଙ୍କ ମଧ୍ୟରେ ଆଦାନ ପ୍ରଦାନ ରହିବ ବୋଲି ଜଣାଯାଇଛି ।

ନିକୋଲ ମଧ୍ୟ ଛାଡପତ୍ରକୁ ବିରୋଧ କରି ନାହାଁନ୍ତି । ହେଲେ ଝିଅର ସୁରକ୍ଷା ପାଇଁ ସ୍ୱାମୀଙ୍କ ସାହାଯ୍ୟ ଜାରି ରହିବା ପାଇଁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି । ଏହାଛଡ଼ା ଓକିଲ ଫିଜ ଓ ଅନ୍ୟାନ୍ୟ ସମ୍ପତ୍ତିର ଭାଗବଣ୍ଟା ଉଭୟଙ୍କ ଗୁପ୍ତ ବୁଝାମଣାରେ ସମାଧାନ ହେବ ବୋଲି କୋର୍ଟ ଦସ୍ତାବିଜରୁ ଜଣାଯାଇଛି ।

ବ୍ରିନ ଓ ନିକୋଲ ଉଭୟେ ୨୦୧୫ ରେ ଡେଟିଂ ଆରମ୍ଭ କରିଥିଲେ । ସେହି ବର୍ଷ ବ୍ରିନ ତାଙ୍କର ପ୍ରଥମ ପତ୍ନୀ ଆନ୍ନିଙ୍କୁ ଛାଡପତ୍ର ଦେଇଥିଲେ । ବ୍ରିନ ଓ ନିକୋଲ ୨୦୧୮ ରେ ବିବାହ କରିଥିଲେ । ହେଲେ ୨୦୨୧ ରେ ସେମାନେ ଅଲଗା ରହିବାକୁ ଆରମ୍ଭ କରିଥିଲେ । ପରେ ବ୍ରିନ ୨୦୨୨ ରେ ଛାଡପତ୍ର ପାଇଁ ଆବେଦନ କରିଥିଲେ ।

ମାତ୍ର ନିକୋଲ ଓ ମସ୍କଙ୍କ ଏପରି ଅନୈତିକ ସମ୍ପର୍କକୁ ନେଇ ଉଭୟେ ଅସ୍ୱୀକାର କରିଥିଲେ । ମସ୍କ ତାଙ୍କର ଏକ ଟ୍ଵିଟରେ ଲେଖିଥିଲେ ଯେ ବ୍ରିନ ଓ ତାଙ୍କ ମଧ୍ୟରେ ବନ୍ଧୁତ୍ୱ ରହିଛି । ସେ ୩ ବର୍ଷ ମଧ୍ୟରେ ତାଙ୍କ ପତ୍ନୀଙ୍କୁ ମାତ୍ର ଦୁଇ ଥର ଦେଖିଛନ୍ତି ।

ତାହା ପୁଣି ଜନ ଗହଳି ଭିତରେ । ଉଭୟଙ୍କ ମଧ୍ୟରେ କିଛି ପ୍ରେମ ସମ୍ପର୍କ ନାହିଁ ବୋଲି ମସ୍କ ଟ୍ଵିଟ ମାଧ୍ୟମରେ ଲେଖିଥିଲେ । ନିକୋଲ ମଧ୍ୟ ମସ୍କଙ୍କ ସହ ସମ୍ପର୍କ େ କବଳ ଜଣେ ବନ୍ଧୁ ଭଳି । ତାଙ୍କ ସହ ସେପରି କିଛି ଅନୈତିକ ସମ୍ପର୍କକୁ ମଧ୍ୟ ନିକୋଲ ଅସ୍ୱୀକାର କରିଥିଲେ ।

ପ୍ରକାଶଯୋଗ୍ୟ, ବ୍ଲୁମବର୍ଗ ବିଲିୟନାରୀ ଇଣ୍ଡେକ୍ସ ଅନୁଯାୟୀ, ୧୧୮ ବିଲିୟନ ଡଲାର ମାଲିକ ୫୦ ବର୍ଷୀୟ ବ୍ରିନ ଏବେ ବିଶ୍ୱର ଧନୀକ ତାଲିକାର ୯ମ ସ୍ଥାନରେ ରହିଛନ୍ତି । ୩୪ ବର୍ଷୀୟ ନିକୋଲ ହେଉଛନ୍ତି କାଲିଫୋର୍ଣ୍ଣିଆର ଜଣେ ଓକିଲ ଏବଂ ବାୟା-ଇକୋ ଫାଉଣ୍ଡେସନର ପ୍ରତିଷ୍ଠାତା ବୋଲି ତାଙ୍କ ଲିଙ୍କଦେନ ପ୍ରୋଫାଇଲରୁ ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.