ତାତୁଛି ତାଳଚେର: ସକାଳ ୧୦ଟା ପରେ ବାହାରି ହେଉନି ଘରୁ

ତାଳଚେରରେ ଆରମ୍ଭ ହେଲାଣି ଖରାର ରାଜୁତି । ଦିନକୁ ଦିନ ତାଳଚେରରେ ଖରାର ମାତ୍ରା ବଢିବାକୁ ଲାଗିଥିବା ବେଳେ ଆଗକୁ ଅସହ୍ୟ ତାତି ହେବ ବୋଲି ଅନୁମାନ କରାଯାଉଛି ।

ତାଳଚେର (କେନ୍ୟୁଜ): ଫେବୃଆରୀ ନସରୁଣୁ ତାଳଚେରରେ ଆରମ୍ଭ ହେଲାଣି ଖରାର ରାଜୁତି । ଦିନକୁ ଦିନ ତାଳଚେରରେ ଖରାର ମାତ୍ରା ବଢିବାକୁ ଲାଗିଥିବା ବେଳେ ଆଗକୁ ଅସହ୍ୟ ତାତି ହେବ ବୋଲି ଅନୁମାନ କରାଯାଉଛି । ସକାଳ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ଘରୁ ବାହାରିବା ବେଳେ ହାତରେ ଛତା ଓ ପାଣି ବୋତଲ ନେଇ ଘରୁ ବାହାରୁଛନ୍ତି ଅଞ୍ଚଳବାସୀ ।

ତାଳଚେର ଅଞ୍ଚଳରେ ରହିଥିବା ଖଣି ଗୁଡିକରେ କୋଇଲାରେ ନିଆଁ ଲାଗିବା ସହ ଅତ୍ୟଧିକ ଗାଡି ଚଳାଚଳ ନେଇ ତାପମାତ୍ରା ବୃଦ୍ଧି ପାଉଥିବାରୁ ଆଗାମୀ ଦିନରେ ତାପମାତ୍ରା ଆହୁରି ବଢିବ ବୋଲି ଅନୁମାନ କରାଯାଉଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.