ସାମାନ୍ୟ ବଚସାରୁ ଯୁବକଙ୍କ ପ୍ରାଇଭେଟ ପାର୍ଟରେ ଏୟାରପମ୍ପ ଭର୍ତ୍ତି କରିଦେଲା ସାଥୀ କର୍ମଚାରୀ, ହସପିଟାଲରେ ଜୀବନ ମରଣ ସହିତ ଲଢୁଛନ୍ତି ପୀଡିତ
ବର୍ବରତାର ସବୁ ସୀମା ପାର । ସାମାନ୍ୟ ବଚସା ହେବାରୁ ଯୁବକଙ୍କ ପ୍ରାଇଭେଟ ପାର୍ଟରେ ଏୟାରପମ୍ପ ଭର୍ତ୍ତି କରିଦେଲା ସାଥି କର୍ମଚାରୀ । ଗୁରୁତର ହସପିଟାଲରେ ଭର୍ତ୍ତି ହେଲା ଯୁବକ ।

ସାମାନ୍ୟ ବଚସା ଯୋଗୁଁ ଯୁବକଙ୍କ ପ୍ରାଇଭେଟ ପାର୍ଟରେ ଏୟାର ପମ୍ପ ପାଇପ୍ ଭର୍ତ୍ତି କରିଦେଲେ ସାଥୀ କର୍ମଚାରୀ । ଯୁବକଙ୍କୁ ଗୁରୁତର ଭାବେ ହସପିଟାଲରେ ଭର୍ତ୍ତି କରାଯାଇଛି । ୟୁପି ଗାଜିଆବାଦରୁ ଏଭଳି ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ।
ଖବର ମୁତାବକ, ଗାଜିଆବାଦର ସିହାନୀ ଗେଟ ଥାନା ଅଞ୍ଚଳରେ ଥିବା ଏକ ପେଟ୍ରୋଲ ପମ୍ପରେ ଦୁଇ ଜଣ ଯୁବକ କାର ଓ୍ଵାଂସି କାମ କରୁଥିଲେ । ଦୁହିଁଙ୍କର ସବୁବେଳେ ଝଗଡା ଲାଗି ରହୁଥିଲା । ଗତ ୨୫ ତାରିଖରେ ଦୁହିଁଙ୍କ ମଧ୍ୟରେ ଲାଗିଥିବା ଝଗଡା ଯୋଗୁଁ ମୋହିତ ଅନ୍ୟ ଜଣେ ଯୁବକଙ୍କ ପ୍ରାଇଭେଟ ପାର୍ଟରେ ଏୟାରପମ୍ପ ଭର୍ତ୍ତି କରି ପବନ ଭରି ଦେଇଥିଲେ । ଏମିତି କରିବା ପରେ ତାଙ୍କ ଉପରେ ବସିପଡିଥିଲେ । ଯୁବକଙ୍କୁ ଗୁରୁତର ଭାବେ ଦିଲ୍ଲୀର ଜିଟିବିର ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଏମିତି କାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଜଣକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ।
ଏହି ଘଟଣା ବିଷୟରେ ପରିବାର ଲୋକେ ଜାଣିବା ପରେ ଦୁଃଖର ପାହାଡ ଖସି ପଡିଥିଲା । ପୀଡିତଙ୍କ ଭାଇ ତୁରନ୍ତ ପେଟ୍ରୋଲ ପମ୍ପରେ ପହଞ୍ଚି ପୋଲିସକୁ ଅଭିଯୁକ୍ତ ନାମରେ ଅଭିଯୋଗ କରିଥିଲେ ।
ଏହି ମାମଲାରେ ଏସପି ଆଲୋକ ଦୁବେ କହିଛନ୍ତି, ପୀଡିତଙ୍କ ଭାଇ ଥାନାରେ ଅଭିଯୋଗ କରିଥିଲେ । ଏହାର ଆଧାରରେ ମାମଲାକୁ ପଞ୍ଜୀକୃତ କରାଯାଇଛି। ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସ ଏକ ଟିମ୍ ଗଠନ କରିଛି ।
ନିକଟରେ ଗାଜିଆବାଦରେ ପତି ଜଣକ ପତ୍ନୀର ପ୍ରେମିକକୁ ଖଣ୍ଡ ଖଣ୍ଡ କରି ହାଣି ଅଖାରେ ଭର୍ତ୍ତି କରିଥିବା ଭଳି ଖବର ଜାଣିବାକୁ ମିଳିଥିଲା । ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଅକ୍ଷୟ ଓ ପୁନମ ଦୁହେଁ ଇନ୍ଦିରାପୁରମରେ କାମ କରୁଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା । ପ୍ରାୟ ଦୁଇବର୍ଷ ତଳେ ସେମାନେ ଲୁଚି ପଳାଇଥିଲେ । ପୁନମଙ୍କ ସ୍ୱାମୀ ମିଲାଲ ଏନେଇ ଥାନାରେ ଅଭିଯୋଗ କରିଥିଲେ । କିଛି ଦିନ ପରେ ଉଭୟଙ୍କୁ ରାଜସ୍ଥାନରୁ ଠାବ କରାଯାଇଥିଲା । ପୁନମଙ୍କ ଛୋଟ ପିଲା ଥିବାରୁ ସ୍ୱାମୀ ତାକୁ ଗ୍ରହଣ କରିନେଇଥିଲେ । ଅକ୍ଷୟ ମଧ୍ୟ ରାଜସ୍ଥାନରେ ରହିଯାଇଥିଲା । ହେଲେ ମଝିରେ ମଝିରେ ଅକ୍ଷୟ ଯିବା ଆସିବା କରୁଥିଲା ।