ପୁଣି ସୁନ୍ଦରୀକୁ ନେଇ ବଢ଼ିଲା ଚିନ୍ତା, ମୁହାଁମୁହିଁ ହେଲେ ପୋଲିସ-ଜନତା

ଅନୁଗୁଳ (କେନ୍ଯୁଜ୍) :  ବାଘୁଣୀ ପୁରୁଣାକୋଟ ରେଞ୍ଜ ଅନ୍ତର୍ଗତ ଟାଇଁସି ଗାଁରେ ଜଣଙ୍କୁ ମାରି ଦେଇଥିବା ଅଭିଯୋଗ ପରେ ଲଙ୍କାକାଣ୍ଡ । ମୁହାଁମୁହିଁ ହୋଇଥିଲେ ପୋଲିସ-ଜନତା । ମୃତଦେହ ରଖି ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ଉତ୍ତ୍ୟକ୍ତ ଲୋକ ଓ ଗ୍ରାମବାସୀ । କ୍ଷତିପୂରଣ ଓ ସୁରକ୍ଷା ଦାବିରେ ମୁଣ୍ଡସାହି ଛକରେ ରାସ୍ତାରୋକ କରିଥିଲେ ।

ଏତିକିବେଳେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା । ୨ଟି ପୋଲିସ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ ଆନ୍ଦୋଳନକାରୀ । ସେମାନଙ୍କୁ ଘଉଡ଼ାଇବା ପାଇଁ ନାକେଦମ ହୋଇଥିଲା ପୋଲିସ । ମୃଦୁ ଲାଠିଚାଳନା ଓ ଲୁହବୁହା ଗ୍ୟାସ ପ୍ରୟୋହି ବି କରାଯାଇଥିଲା । ଘଟଣାସ୍ଥଳରେ ମୁତୟନ ହୋଇଥିଲେ ୩ ପ୍ଲାଟୁନ୍‌ ପୋଲିସ ଫୋର୍ସ । ଏହି ରାସ୍ତାରେ ଦୀର୍ଘ ସମୟ ଧରି ଗାଡ଼ିମୋଟର ଚଳାଚଳ ବନ୍ଦ ରହିଥିଲା । ଉତ୍ୟକ୍ତ ଲୋକଙ୍କୁ ପୋଲିସ ଓ ପ୍ରଶାସନ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ଶାନ୍ତି ବଜାୟ ରଖିବା ସହ ଅଭିଯୋଗ ଥିଲେ ଜଣାଇବାକୁ କହିଛି ପ୍ରଶାସନ ।

Leave A Reply

Your email address will not be published.