ଭାରତୀ ଏୟାରଟେଲର ଦମଦାର ଅଫର , ଏଥର ଜିଓକୁ କରିବ ଧୁଳିସାତ୍

ନୂଆଦିଲ୍ଲୀ : ଏବେ ଭାରତୀୟ ଟେଲିକମ୍ ବଜାରରେ ଦେଖିବାକୁ ମିଳୁଛି ଦମଦାର ପ୍ରତିଯୋଗୀତା। ଗୋଟିଏ କମ୍ପାନିକୁ ଟକ୍କର ଦେବାକୁ ଯାଇ ଅନ୍ୟ କମ୍ପାନି ସମସ୍ଥ ଲଞ୍ଚ କରୁଛନ୍ତି ଦମଦାର ପ୍ଲାନ। ତେବେ ଏବେ ଜିଓ ଏବଂ ଏୟାରଟେଲ ମଧ୍ୟରେ ଦେଖିବାକୁ ମିଳୁଛି ଦମଦାର ମୁକବିଲା। ଏବେ ଭାରତୀ ଏୟାରଟେଲ ଲଞ୍ଚ କରିଛି ଦମଦାର ପ୍ରିପେଡ଼ ପ୍ଳାନ। ଯେଉଁଥିରେ ଗ୍ରାହକଙ୍କୁ ମାତ୍ର ୪୧୯ ଟଙ୍କାର ରିଚାର୍ଜରେ ମିଳିବ ୧.୪ଜିବି ଡ଼ାଟା।  କମ୍ପାନି ଗ୍ରାହକଙ୍କୁ ୩୯୯ ଏବଂ ୪୪୮ ଟଙ୍କାର ପ୍ୟାକ୍ ମଧ୍ୟ ଯୋଗାଉଥିଲା ଯାହାର ଭ୍ୟାଲିଡ଼ିଟି ରହିଥିଲା ୭୦ ରୁ ୮୨ ଦିନ।

harti-airte

ଏବେ କମ୍ପାନି ଦ୍ବାରା ଲଞ୍ଚ କରାଯାଇଥିବା ୪୧୯ ଟଙ୍କାର ପ୍ଲାନଟି ଏୟାରଟେଲର ଆଧିକାରୀକ ୱେବସାଇଟ ଏବଂ ଆପରେ ଉପଲବ୍ଧ ରହିଛି। ଏହି ପ୍ଲାନର ଭ୍ୟାଲିଡ଼ିଟି ୭୫ଦିନ ରହିଛି। ଏଥିରେ ଗ୍ରାହକଙ୍କୁ ଅନଲିମିଟେଡ଼ ଭଏସ କଲ, ଦୈନିକ ୧୦୦ଟି ମେସେଜ୍ ସହ ଦୈନିକ ୧.୪ଜିବି ଡ଼ାଟା ମିଳିବ। ଏଥିରେ ଏୟାରଟେଲର ଟିଭିର ମଧ୍ୟ ଏକ୍ସଟ୍ରା ପ୍ୟାକ୍ ମିଳିବ।

ଏହି ପରିପେକ୍ଷୀରେ ରିଲାଏନ୍ସ ଜିଓ ବିଷୟରେ ଯଦି କହିବାକୁ ଯାଉ ତେବେ ୩୪୯ ଟଙ୍କାର ରିଚାର୍ଜରେ ମିଳିଥାଏ ଦୈନିକ ୧.୫ ଜିବି ଡ଼ାଟା। ଏହାର ଭ୍ୟାଲିଡ଼େଟି ୭୦ ଦିନ ପର‌୍ୟ୍ୟନ୍ତ ରହିଥାଏ। ଏଥିରେ ଅନଲିମିଟେଡ଼ କଲିଂ, ଦିନକୁ ୧୦୦ଟି ମେସେଜ୍ ଏବଂ ଦୈନିକ ୧.୫ ଜିବି ଡ଼ାଟାର ସୁବିଧା ରହିଛି। ଏଥିସହ ବିଭିନ୍ନ ପେମେଣ୍ଟ ଆପ ଗୁଡ଼ିକରେ ଏହାର ରିଚାର୍ଜରେ କ୍ୟାସବ୍ୟାକ ଅଫର ମଧ୍ୟ ରହିଛି।

Leave A Reply

Your email address will not be published.