Below header

ପୁରୀ ବନ୍ଦ ବେଳେ ହିଂସା ଘଟଣା, ପୋଲିସର କାର୍ଯ୍ୟାନୁଷ୍ଠାନ ଜାରି

ପୁରୀ (କେନ୍ଯୁଜ୍) : ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନକୁ ବିରୋଧ କରି ବନ୍ଦ ପାଳନ ବେଳେ ହିଂସା ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ ଜାରି । ହିଂସାକାଣ୍ଡ ଘଟଣାରେ ଆଜି ଆଉ ଚାରି ଜଣ ଗିରଫ ହୋଇଛନ୍ତି । ଏହାକୁ ମିଶାଇ ଗିରଫଙ୍କ ସଂଖ୍ୟା ୮୬ରେ ପହଞ୍ଚିଛି। ଏବେ ବି ସିସିଟିଭି ଯାଞ୍ଚ ଚାଲିଛି । ହିଂସାକାଣ୍ଡରେ ସଂପୃକ୍ତ ଥିବା ବ୍ୟକ୍ତିବିଶେଷଙ୍କୁ ଗିରଫ କରାଯିବ ବୋଲି ପୁରୀ ଏସ୍‌ପି ଡା. ସାର୍ଥକ ଷଡଙ୍ଗୀ କହିଛନ୍ତି ।

ଗିରଫଙ୍କ ମଧ୍ୟରୁ ସିଂହଦ୍ୱାର ଥାନାରେ ୪୬ ଏବଂ ଟାଉନ ଥାନାରେ ୪୦ ଜଣ ଗିରଫ ହୋଇ ଅଛନ୍ତି। ଗତ ୩ ତାରିଖରେ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ବ୍ୟାପକ ଭଙ୍ଗାରୁଜା ଓ ପୋଡ଼ାଜଳା ହୋଇଥିଲା ।  ଆନ୍ଦୋଳନକାରୀ ଶ୍ରୀମନ୍ଦିର ଭିତରେ, ମନ୍ଦିର ସମ୍ମୁଖରେ ଥିବା ବ୍ୟାରିକେଡ ଓ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏଥିସହ ପୁରୀ ଏସପି ଓ ରାଜସ୍ୱ ମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.