କିଟ୍‌ ଓ କିସ୍‌ ପକ୍ଷରୁ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ବର (କେନ୍ଯୁଜ୍) : ଶିକ୍ଷାର ବିକାଶ ଏବଂ ସମସ୍ତଙ୍କ ନିକଟରେ କିପରି ଶିକ୍ଷା ପହଞ୍ଚି ପାରିବ, ସେ ଦିଗରେ କିଟ୍‌ ଓ କିସ୍‌ ପକ୍ଷରୁ ସର୍ବଦା ଉଦ୍ୟମ ହୋଇ ଆସୁଛି । କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମ କ୍ରମେ ଓଡ଼ିଶା ତଥା ଦେଶରେ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ ‘ସମସ୍ତଙ୍କ ପାଇଁ ଶିକ୍ଷା ଅଭିଯାନ’ ଚାଲୁ ରହିଛି ।

ଚଳିତ ଦୁର୍ଗାପୂଜା ଅବକାଶରେ କିଟ୍‌ ଓ କିସ୍‌ର କର୍ମଚାରୀମାନେ ସମଗ୍ର ଓଡ଼ିଶାରେ ସମସ୍ତଙ୍କ ସମସ୍ତଙ୍କ ପାଇଁ ଶିକ୍ଷା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଶିକ୍ଷା ଜରିଆରେ ସଶକ୍ତିକରଣ, କିମ୍‌ସ ୱେଲନେସ୍‌ କ୍ଲିନିକ୍‌ ଜରିଆରେ ଲୋକଙ୍କୁ କିମ୍‌ସରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଓ କୌଶଳ ତାଲିମ୍‌ ଜରିଆରେ ନିଯୁକ୍ତି ସୁଯୋଗ ଏବଂ ସ୍ୱରୋଜଗାରକ୍ଷମ ହେବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଏହି କାର୍ଯ୍ୟକ୍ରମରେ ରବିବାର ଓଡ଼ିଶାର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀଙ୍କୁ କିଟ୍‌ରେ ପୁରସ୍କାର ପ୍ରଦାନ କରାଯିବ ।

ପୁରୀ ଜିଲ୍ଳା ଡେଲାଙ୍ଗ ମୁନିଦା ହାଇସ୍କୁଲ ପରିସରରେ ସମସ୍ତଙ୍କ ପାଇଁ ଶିକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କିଟ୍‌ ଓ କିସ୍‌ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନାଇଜରର୍‌ କୁଳପତି ଡକ୍ଟର ଅଭୟ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟତମ ଅତିଥି ଭାବେ କିଟ୍‌ ଉପଦେଷ୍ଟା କବି ଶଶାଙ୍କ ଚୁଡାମଣି ଯୋଗଦେଇ ଡକ୍ଟର ସାମନ୍ତଙ୍କ ଏହି ଉଦ୍ୟମକୁ ବେଶ ପ୍ରଶଂସା କରିଥିଲେ ।

achyuta_samanta

ପୁରୀ ଜିଲ୍ଳା କଣାସ ମହାବିଦ୍ୟାଳୟରେ ଏଜୁକେଶନ ଫର ଅଲ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ଓଡ଼ିଶା ଶିଶୁ ଅଧିକାରୀ ଆୟୋଗର ଅଧ୍ୟକ୍ଷା ଶୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । କିଟ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଏହି ଉଦ୍ୟମକୁ ସେ ବେଶ୍‌ ପ୍ରସଂଶା କରିଥିଲେ । ଏଥିରେ କଲେଜ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ ।

ସେହିପରି ଯାଜପୁର ଜିଲ୍ଳା ଦାଶରଥପୁର ବ୍ଲକ ଅନ୍ତର୍ଗତ ରିଜୋନାଲ କଲେଜରେ କିଟ ଓ କିସ୍‌ ପକ୍ଷରୁ ଏଜୁକେସନ ଫର ଅଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କଲେଜ ପରିଚାଳନା କମିଟି ଅଧ୍ୟକ୍ଷ କେଦାର ନାରାୟଣ ପରିଡା ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏନ ଆଇ ସି ନିର୍ଦ୍ଦେଶକ ରବି ନାରାୟର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅନିଲ କୁମାର ମହାନ୍ତି, ପ୍ରମୋଦ କୁମାର ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ଏଥିରେ ଦଶରଥପୁର ବ୍ଲକର ବିଭିନ୍ନ କଲେଜରୁ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

ବରଗଡ଼ ଅତାବିରା ବ୍ଳକ ମନାପଡ଼ାରେ କିଟ୍‌ ଓ କିସ୍‌ ପକ୍ଷରୁ ‘ସମସ୍ତଙ୍କ ପାଇଁ ଶିକ୍ଷା ଅଭିଯାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ଜିଲ୍ଲା ଆଦିବାସୀ ସଂଘର ସଭାପତି ଗୋବିନ୍ଦ ବରିହା, ମନପଡ଼ା ସରପଞ୍ଚ ଦୀପକ ପ୍ରଧାନ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ ଓ ସଚେତନ ନାଗରିକ ସାମିଲ ହୋଇଥିଲେ । ଏଭଳି ଉଦ୍ୟମ ପାଇଁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମାନ୍ତଙ୍କୁ ସମସ୍ତେ ଧନ୍ୟବାଦ ଜଣାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.