ଏବେ ସହର ମୁହାଁ ସୁନ୍ଦରୀ, ବଢ଼ିଲା ସ୍ଥାନୀୟ ବାସିନ୍ଦାଙ୍କ ଚିନ୍ତା

ଅନୁଗୁଳ (କେନ୍ଯୁଜ୍) :ଆଠମଲ୍ଲିକ ରେଞ୍ଜର ହାତିଧରା ସଂରକ୍ଷିତ ଜଙ୍ଗଲର ଯଦୁପୁର-ଦୋରୁଆରେ ବୁଲୁଛି ବାଘୁଣୀ ସୁନ୍ଦରୀ । ବାଘୁଣୀ ଏବେ ଆଠମଲ୍ଲିକ ମୁହାଁ ହୋଇଛି । ବାଘୁଣୀ ସୁନ୍ଦରୀ ବୁଲୁଥିବାର ଖବର ପାଇ ବନ ବିଭାଗ ଟିମ୍‌ ଘଉଡାଇବାକୁ ଉଦ୍ୟମ କରିଥିଲେ । ଗତକାଲିଠାରୁ ଆଠମଲ୍ଲିକ କଲେଜ ପାଖରେ ବାଘୁଣୀକୁ ଦେଖିବାକୁ ପାଇଥିଲେ ଲୋକେ । ପଦ୍ମପୋଖରୀ ଗାଁର ପୋଖରୀ ପାଖରେ ମଧ୍ୟ ସୁନ୍ଦରୀ ବୁଲିଥିବାର ଦେଖିବାକୁ ମିଳିଥିଲା ।

tiger pic1

ଆଠମଲ୍ଲିକ ସହର ଠାରୁ ମାତ୍ର ୩ କିଲୋମିଟର ଭିତରେ ବାଘୁଣୀ ଚଳପ୍ରଚଳ କରୁଛି । ଫଳରେ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଠେଙ୍ଗା ବାଡ଼ି ଧରି ଗାଁଲୋକେ ଜଗି ରହୁଛନ୍ତି । ସଂଧ୍ୟା ହେଲେ ବାଘୁଣୀ ଭୟରେ ଗାଁଲୋକେ କବାଟ ଦେଇ ଘରେ ରହୁଛନ୍ତି । ଗତ ୧୨ ତାରିଖରେ ସାତକୋଶିଆ ହାତିବାରିରେ ବାଘୁଣୀ ଆକ୍ରମଣରେ କୈଳାଶ ସାଏଙ୍କ ମୃତ୍ୟୁ ହୋଇଥିବା ଅଭଯୋଗ ହୋଇଥିଲା । ଏହା ପରେ ବାଘୁଣୀ ଆଠମଲ୍ଲିକ ଅଞ୍ଚଳରେ କିଛଇ ଗୃହପାଳିତ ପଶୁ ଓ କୁକୁରଙ୍କୁ ଆକ୍ରମଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.