Below header

ଗୁଣିଗାରେଡ଼ି ସନ୍ଦେହରେ ଡବଲ ମର୍ଡର, ଠେଙ୍ଗାରେ ପିଟି ପିଟି ହତ୍ୟା

ରାୟଗଡା (କେନ୍ୟୁଜ୍) : ଅମ୍ବାଦଳା ଥାନା ଶୁକ୍ଳାଭଟ୍ଟା ଗାଁରେ ଅଭାବନୀୟ ଘଟଣା । ଗୁଣିଗାରେଡି ସନ୍ଦେହରେ ଡବଲ ମର୍ଡର । ଗୁଣିଆ ସନ୍ଦେହରେ ଗାଁର ମକର ନାୟକଙ୍କୁ କରୁଣା ନାୟକ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲା । ସେହି ସମୟରେ ପ୍ରତିଶୋଧ ପରାୟଣ ହୋଇ ମକରଙ୍କ ଭାଇ ନକୁଳ, କରୁଣାକୁ ପିଟି ପିଟି ହତ୍ୟା କରିଛି । ଅମ୍ବାଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଜଣଙ୍କ ମୃତଦେହ ଜବତ କରି ମୁନଗୁଡା ସ୍ୱାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ହତ୍ୟାକାରୀ ନକୁଳ ନାୟକକୁ ପୋଲିସ ଅଟକ ରଖି ତଦନ୍ତ କରୁଛି । ଅନ୍ୟପଟେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହେବା ସହ ଭୟର ବାତାବରଣ ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.