୫ହଜାର ଟଙ୍କା ଲାଞ୍ଚ ନେଇ ଫସିଲେ ସୁପରଭାଇଜର

କେନ୍ଦୁଝର : ଝୁମ୍ପୁରା ତହସିଲ ଅଫିସର ରେଭିନ୍ୟୁ ସୁପରଭାଇଜର କୃତ୍ତିବାସ ଗିରି ଭିଜିଲାନ୍ସ ଗିରଫ କରିଛି । ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି । ଧନୁର୍ଜୟପୁର ଗାଁର ଜନାର୍ଦ୍ଦନ ପାତ୍ରଙ୍କ ଜମି ଚିହ୍ନଟ ପାଇଁ ପ୍ରଥମେ କୃତ୍ତିବାସ ୧୪ ହଜାର ଟଙ୍କା ଦାବି କରିଥିଲେ । ହେଲେ ୭ ହଜାର ଟଙ୍କା ଦେବାକୁ କଥା ଛିଣ୍ଡିଥିଲା । ଏହାପରେ ଜନାର୍ଦ୍ଦନ ଦୁଇ ହଜାର ଟଙ୍କା ଦେଇଥିଲେ । ଆଜି ୫ ହଜାର ଟଙ୍କା ଲାଞ୍ଚ ଦେବା ନେବାବେଳେ ତାଙ୍କୁ ଭିଜିଲାନସ ଅଧିକାରୀ ଗିରଫ କରିଛନ୍ତି । ଏଥିସହ ରେଭିନ୍ୟୁ ସୁପରଭାଇଜର କୃତ୍ତିବାସ ଗିରିଙ୍କ ପୈତୃକ ଘର, ସରକାରୀ ବାସଭବନ ସହ ଶ୍ୱଶୁର ଘରେ ମଧ୍ୟ ରେଡ ହୋଇଛି ।

Leave A Reply

Your email address will not be published.