Below header

ସାଥୀଙ୍କୁ ପୁଣିଥରେ ଫେରିପାଇବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଉପାୟ

ଆପଣଙ୍କର ବ୍ରେକଅପ୍ ଯେଉଁ କାରଣ ପାଇଁ ହେଇଥାଉନା କାହିଁକି କିନ୍ତୁ ଏହି କାରଣ ପାଇଁ ଲୋକ ମାନେ ହସିବା ଭୁଲିଯାଇଥାନ୍ତି । ଯଦି ଏହି ସବୁ ଘଟଣା ଆପଣଙ୍କ ସହ ହେଇଛି ଏବଂ ଆପଣ ଆପଣଙ୍କର ଏକ୍ସଙ୍କୁ ବହୁତ ମନେପକାଉଛନ୍ତି ଏହା ସହ ଚାହୁଁଛନ୍ତି ତାଙ୍କର ସବୁ ଭୁଲକୁ ଭୁଲିଯାଇ ତାଙ୍କ ସହ ପୁଣି ଥରେ ପୂରୁଣା ସଂପର୍କକୁ ଯୋଡିବେ ତେବେ ଆପଣଙ୍କୁ ଏହି ୫ଟି ଟିପିସ୍ ଆପଣଙ୍କୁ ସାହାଯ୍ୟ କରିବ । ଏହି ଟିପସର ସାହାଯ୍ୟରେ ଆପଣ ଆପଣଙ୍କର ଏକ୍ସଙ୍କୁ ଆପଣଙ୍କ ସହ କାଟିଥିବା ସମସ୍ତ ସମୟକୁ ମନେପକାଇବା ପାଇଁ ବାଧ୍ୟ କରିପାରିବେ ।

ପୁରୁଣା ଫୋଟ ବଦଳାଇଦିଅନ୍ତୁ : ଆପଣଙ୍କର ଏକ୍ସ ଉଠାଇ ଥିବା ଫୋଟ କାଟିକି କିଛି ନୂଆ ଫୋଟ ନିଜ ଫୋନରେ ଲଗାନ୍ତୁ । ଏହା କରିବା ଦ୍ବାରା ଆପଣଙ୍କୁ ଏହା ଲାଗିଥାଏ କି, ଆପଣ ଜୀବନରେ ଆଗକୁ ବଢିଛନ୍ତି ଏବଂ ଆପଣ ଆପଣଙ୍କ ଏକ୍ସଙ୍କୁ ମନେ ପକାଇବାରେ ଟିକେ କମ୍ କରିଛନ୍ତି ।

ସହର ବଦଳାନ୍ତୁ : ନିଜର ଏକ୍ସଙ୍କୁ ପୁଣିଥରେ ନିଜ ଜୀବନକୁ ଫେରାଇଆଣିବା ପାଇଁ ନିଜ ଜୀବନରେ ଏକ ବଡ ପରିବର୍ତ୍ତନ କରନ୍ତୁ । ଯଦି ସମମ୍ଭ ତେବେ କୌଣସି ନୂଆ ସହରକୁ ସ୍ଥାନାନ୍ତରିତ ହୋଇଯାଆନ୍ତୁ । ନିଜ ଏକ୍ସଙ୍କୁ ଭାବିବାକୁ ଦିଅନ୍ତୁ କି ଆପଣ ତାଙ୍କ ଠାରୁ ଦୂରକୁ ଯାଉଛନ୍ତି ଏବଂ ଆଉ ବୋଧେ କେବେ ତାଙ୍କ ସହ ଭେଟ ହୋଇପାରିବେ ନାହିଁ । ଏହା କରିବା ଦ୍ବାରା ତାଙ୍କ ହୃଦୟରେ ଅପଣଙ୍କ ପାଇଁ ଥିବା ପ୍ରେମ ପୁଣିଥରେ ଫେରି ଆସିବ ଏବଂ ସେ ମଧ୍ୟ ପୁଣି ଥରେ ଆପଣଙ୍କୁ ପାଇବା ପାଇଁ ଚେଷ୍ଟା କରିବେ ।

ସାଙ୍ଗସାଥୀ କରନ୍ତୁ : ବ୍ରେକଅପ୍ ପରି ଖରାପ ଭାବନାକୁ ଭୁଲିବା ପାଇଁ ନୂଆ ନୂଆ ସାଙ୍ଗ ତିଆରି କରନ୍ତୁ । ଏହି ସମୟରେ ନୂଆ ସାଙ୍ଗଙ୍କ ସହ ମିଶିବା ସବୁଠାରୁ ଭଲ ବିକଳ୍ପ ହୋଇଥାଏ । ଏହା କରିବା ଦ୍ବାରା ଆପଣଙ୍କର ନେଟୱର୍କ୍ ମଧ୍ୟ ବଢିଥାଏ । ଏସବୁ ଯେତେବେଳେ ଆପଣଙ୍କର ଏକ୍ସଙ୍କୁ ଜଣା ପଡିଥାଏ ସେତେବେଳେ ତାଙ୍କୁ ଡର ଲାଗିଥାଏ କି କାଳେ ଅପଣଙ୍କ ଜୀବନରେ କେହି ନୂଆ ଲୋକ ଆସିଯିବେ । ଏହା ସବୁ ପରେ ସେ ନିଜେ ପୁଣି ଥରେ ଆପଣଙ୍କ ପାଖକୁ ଫେରିବାକୁ ଚାହିଁଥାନ୍ତି ।

ଡ୍ରେସ୍ ବଦଳାନ୍ତୁ : ଏମିତିରେ ତ, ଆପଣ ସପିଙ୍ଗ୍ କରିବା ପାଇଁ ଭଲ ପାଆନ୍ତି । ପୁଣିଥରେ ସପିଙ୍ଗ କରିବା ଆରମ୍ଭ କରିଦିନ୍ତୁ ଯଦି ଚାହୁଁଛନ୍ତି ପୁଣି ଫେରି ପାଇବାକୁ ଆପଣଙ୍କର ଏକ୍ସଙ୍କୁ ।ଏପରି ଡ୍ରେସ୍ ପିନ୍ଧନ୍ତୁ ଯାହା ଆପଣ କେବେ ବି ପିନ୍ଧି ନଥିବେ । ଏପରି ରୂପରେ ଆପଣଙ୍କର ଏକ୍ସ ଦେଖିଲେ ଅପଣଙ୍କୁ ଅଧିକ ମନେପକାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.