କାଲି ଶଙ୍ଖ ଫୁଙ୍କିବେ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ, ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେବେ

କାଲି ଶଙ୍ଖ ଫୁଙ୍କିବେ ସୁରଙ୍କ ସାନ ପୁଅ । ବିଜେଡିରେ ମିଶିବେ ଜଟଣୀର କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ । ବିଧିବଦ୍ଧ ଭାବରେ ବିଜେଡିରେ ଯୋଗ ଦେବେ । ଚଳିତ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି ସୁରେଶ ରାଉତରାୟ ।

ଭୁବନେଶ୍ୱର: କାଲି ଶଙ୍ଖ ଫୁଙ୍କିବେ ସୁରଙ୍କ ସାନ ପୁଅ । ବିଜେଡିରେ ମିଶିବେ ଜଟଣୀର କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ । ବିଧିବଦ୍ଧ ଭାବରେ ବିଜେଡିରେ ଯୋଗ ଦେବେ । ଚଳିତ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି ସୁରେଶ ରାଉତରାୟ । ସାନ ପୁଅ ମନ୍ମଥ ରାଉତରାୟଙ୍କୁ ତାଙ୍କ ଉତ୍ତରାଧିକାରୀ ଘୋଷଣା କରିଛନ୍ତି ।

ଗତ କିଛି ମାସ ହେବ ମନ୍ମଥଙ୍କୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । କେଉଁ ଦଳରେ ମିଶିବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଉଭୟ ବିଜେଡି ଓ ବିଜେପିରୁ ଅଫର ଥିବା କହିଥିଲେ ମନ୍ମଥ । ଶେଷରେ ସେ ଶଙ୍ଖ ଫୁଙ୍କିବେ ।

ତେବେ ସେ କେଉଁଠୁ ଲଢ଼ିବେ ? ଜଟଣୀ ନା ଆଉ କେଉଁଠୁ ? ବିଧାୟକ ନା ସାଂସଦ ପ୍ରାର୍ଥୀ ହେବେ । ଚର୍ଚ୍ଚା ହେଉଛି ବିଧାୟକ ହେଲେ ଜଟଣୀ ଓ ସାଂସଦ ପ୍ରାର୍ଥୀ ହେଲେ ଭୁବନେଶ୍ବରରୁ ଲଢ଼ିପାରନ୍ତି ମନ୍ମଥ । ଅନ୍ୟପଟେ ପୁଅ ଅନ୍ୟ ଦଳରୁ ଲଢ଼ିଲେ ତାଙ୍କ ପାଇଁ ପ୍ରଚାର କରିବେନି କି ଭୋଟ୍ ଦେବେ ନାହିଁ ବୋଲି କହିଛନ୍ତି ସୁରେଶ ରାଉତରାୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.