Below header

ସୁରେଶ ମହାପାତ୍ର ହେଲେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ, ଅସିତ ତ୍ରିପାଠୀଙ୍କୁ WODC ଅଧ୍ୟକ୍ଷ ଦାୟିତ୍ୱ

ଭୁବନେଶ୍ୱର(କେ ନ୍ୟୁଜ): ସୁରେଶ ମହାପାତ୍ର ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ନିଯୁକ୍ତ ହୋଇଛନ୍ତି । ଏହାସହ ସେ ମୁଖ୍ୟ ଉନ୍ନୟନ କମିସନର ଭାବେ ମଧ୍ୟ ନିଯୁକ୍ତ ପାଇଛନ୍ତି । ଅସିତ ତ୍ରିପାଠୀଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ଏହା

ସହ ସେ ଆଞ୍ଚଳିକ ବିକାଶ, ପର୍ଯ୍ୟଟନ, କୃଷିବାଣିଜ୍ୟ ଓ ଶିଳ୍ପ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି। ମୁଖ୍ୟ ଶାସନ ସଚିବ ଭାବେ ୩୧ ତାରିଖରେ ଅସିତ ତ୍ରିପାଠୀଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ଉନ୍ନୟନ କମିସନର ଭାବେ ପ୍ରଦୀପ ଜେନାଙ୍କୁ ନିଯୁକ୍ତ କରାଯାଇଛି। ସେ ରାଜ୍ୟର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ମଧ୍ୟ ଦାୟିତ୍ୱ ତୁଲାଇବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.