ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ବିତୀୟ ଟେଷ୍ଟ ମ୍ଯାଚ ପାଇଁ ପ୍ଲାଇଂ-୧୧ର ଘୋଷଣା କଲା ଟିମ୍ ଇଣ୍ଡିଆ, ଶୁଭମନ ଗିଲ ଏବଂ ମହମ୍ମଦ ସିରାଜ କରିବେ ଡେବ୍ଯୁ

ଆସନ୍ତାକାଲିରୁ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ ମ୍ଯାଚ୍ ପାଇଁ ଟିମ୍ ଇଣ୍ଡିଆର ଫ୍ଲାଇଂ-୧୧ ଘୋଷଣା କରାଯାଇଛି। ବିସିସିଆଇ ଗୋଟେ ଦିନ ପୂର୍ବରୁ ଟିମ୍ ଘୋଷଣା କରିଛି। ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଅଜିଙ୍କ୍ଯ ରାହେଣେ ଅଧିନାୟକତ୍ବ କରିବେ। ଏହା ସହିତ ଚେତେଶ୍ବର ପୂଜାରା ଉପ-ଅଧିନାୟକ ଏବଂ ଋଷଭ ପନ୍ତ ୱିକେଟ କିପିଂ କରିବେ। ସେହିପରି ଶୁଭମନ ଗିଲ୍ ଏବଂ ମହମ୍ମଦ ସିରାଜ ଟେଷ୍ଟ ମ୍ଯାଚରେ ଡେବ୍ଯୁ କରିବାକୁ ଯାଉଛନ୍ତି।

ଦ୍ବିତୀୟ ଟେଷ୍ଟ ମ୍ଯାଚ ପାଇଁ ଟିମ୍ ଇଣ୍ଡିଆ: ଅଜିଙ୍କ୍ଯ ରାହାଣେ, ମୟଙ୍କ ଅଗ୍ରୱାଲ, ଶୁଭମନ ଗିଲ, ଚେତେଶ୍ବର ପୂଜାରା, ହନୁମନ ବିହାରୀ, ଋଷଭ ପନ୍ତ, ରବିନ୍ଦ୍ର ଜାଡେଜା, ଆର ଅଶ୍ବିନ, ଉମେଶ ଯାଦବ, ଜସପ୍ରୀତ ବୁମରାହ, ମହମ୍ମଦ ସିରାଜ।

ଆଡିଲେଡରେ ପ୍ରଥମ ଟେଷ୍ଟ ୮ ଓ୍ୱିକେଟରେ ହାରିବା ପରେ ଦଳ ଏବେ ସିରିଜରେ ୧-୦ରେ ପଛରେ ଅଛି । ବିରାଟ କୋହଲି ପ୍ରଥ ଟେଷ୍ଟ ଖେଳିବା ପରେ ପିତୃତ୍ୱ ଅବକାଶ ନେଇ ଭାରତ ଫେରି ଆସିଛନ୍ତି । ମହମ୍ମଦ ସାମି ଆହତଜନିତ କାରଣ ପାଇଁ ଦଳରୁ ବାଦ୍ ପଡିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.