ରାଜ୍ୟରେ ଆଉ ୩୨୫ ନୂଆ ପଜିଟିଭ କେଶ, ଜୀବନ ହାରିଲେ ୩ ଆକ୍ରାନ୍ତ

ଭୁବନେଶ୍ୱର(କେ ନ୍ୟୁଜ):  ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୩୨୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୩ ଲକ୍ଷ ୨୭ ହଜାର ୮୬୭ କୁ ବୃଦ୍ଧି ପାଇଛି । କହିରଖିବା ଉଚିତ ହେବକି ଏଯାବତ ରାଜ୍ୟରେ ୬ କୋଟି ୭୭ ଲକ୍ଷ ୧୦୪ଟି ନମୁନା ପରୀକ୍ଷଣ ସାରିଥିବା ବେଳେ ଏମଧ୍ୟରୁ ୨୯୮୯ଟି ଆକ୍ଟିଭ କେସ ରହିଛି । ଯେବେକି ଗତ ୨୪ ଘଣ୍ଟା ଭିତରେ ୩୨୪

ଜଣ ସୁସ୍ଥ ହୋଇଥିବା ବେଳେ ଏଯାବତ ୩ ଲକ୍ଷ ୨୨ ହଜାର ୯୭୨ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି । ଆଜିର ଚିହ୍ନଟଙ୍କ ମଧ୍ୟରୁ ୧୮୭
ଜଣ କ୍ଵରେଣ୍ଟିଂନ ସେଣ୍ଟରର ହୋଇଥିବା ବେଳେ ୧୩୮ ଲୋକାଲ କଣ୍ଟକଟରୁ ସଂକ୍ରମିତ ହୋଇଥିବା ଜଣାଯାଇଛି ।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ଭିତରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୮୫୩କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.