Below header

ଉଜ୍ଜ୍ୱଳାରୁ ଅନ୍ଧାର କେତେ, ଆଲୋକ କେତେ ? ମୁହାମୁହିଁ ସୂର୍ଯ୍ୟ ପାତ୍ର ଓ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର : ଉଜ୍ଜ୍ୱଳା ଯୋଜନାକୁ ନେଇ କେନ୍ଦ୍ର ଏବଂ ରାଜ୍ୟ ସରକାର ମୁହାଁ ମୁହିଁ ।  ରାଜ୍ୟରେ ଉଜ୍ଜ୍ୱଳା ଯୋଜନା ବିଫଳ । କେନ୍ଦ୍ର ସରକାର ରିହାତି ଯୋଗାଇ ଦିଅନ୍ତୁ । ଏ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ ରହିଛି, ୨୦୧୬ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଉଜ୍ଜ୍ୱଳାରେ ରାଜ୍ୟର ୩୫ଲକ୍ଷ ୧୬ହଜାର ୩୮୪ ପରିବାରକୁ ଗ୍ୟାସ ସଂଯୋଗ ଦିଆଯାଇଥିଲା। କିନ୍ତୁ ଗ୍ୟାସ ଦର ବୃଦ୍ଧି କରିବା ଯୋଗୁଁ ୨୦୧୬-୧୭ରେ ସେଥିରୁ ମାତ୍ର ୮ଲକ୍ଷ ୧୮ହଜାର ୭୮୬ ପରିବାର ଦ୍ୱିତୀୟ ରିଫିଲ କରିଥିଲେ। ୨୦୧୭-୧୮ରେ ଏହା ହ୍ରାସ ପାଇ ୬.୪୫ଲକ୍ଷ ପରିବାରକୁ ଖସି ଆସିଥିଲା।

ଚିଠିର ଉତ୍ତର ଚିଠିରେ ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ। ଧର୍ମେନ୍ଦ୍ର ଉଲ୍ଲେଖ କହିଛନ୍ତି ଖବର କାଗଜ ରିପୋର୍ଟରେ ଲେଖାଯାଇଥିବା ଚିଠି ସଂପୂର୍ଣ୍ଣ ଭ୍ରମାତ୍ମକ ତଥ୍ୟ ଉପରେ ପଯ୍ୟର୍ବେଶିତ । ଉଜ୍ୱଳା ଯୋଜନା ଗ୍ରାହକ ହେବାର ବର୍ଷକ ମଧ୍ୟରେ ୭୦ପ୍ରତିଶତ ଗ୍ୟାସର ସିଲିଣ୍ଡର ରିଫିଲ କରିଛନ୍ତି। ୪.୨ଲକ୍ଷରୁ ଅଧିକ ୪ଥରରୁ ଅଧିକ ରିଫିଲ ନେଇଛନ୍ତି । ଉଜ୍ଜ୍ୱଳାରେ ଡିସେମ୍ବର ୨୦୧୮ ସୁଦ୍ଧା ୩୫.୨୨ଲକ୍ଷ ପରିବାରକୁ ଏଲପିଜି ସଂଯୋଗ ଦିଆଯାଇଛି। ରାଜ୍ୟରେ ୨୦୧୮ରେ ଏଲ୍‌ପିଜି ସଂଯୋଗ ୭୨.୫ଲକ୍ଷରେ ପହଂଚିଛି।

ଉଜ୍ଜ୍ୱଳା ଯୋଜନାକୁ ନେଇ ରାଜନୀତି ତୀବ୍ର ହେବାରେ ଲାଗିଛି। କିଛି ଦିନ ତଳେ ବିଜୁ ମହିଳା ଜନତା ଦଳ ଆଇଓସିଏଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.