ସୁରଟରେ ପ୍ରବାସୀ ଓଡିଆଙ୍କ ସମ୍ମିଳନୀକୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଗୁଜୁରାଟ : ଆସନ୍ତା ୧୭ରେ ଗୁଜୁରାଟ ସୁରଟରେ ପ୍ରବାସୀ ଓଡିଆଙ୍କ ସମ୍ମିଳନୀକୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୟନ ଶିଳ୍ଵ ଏବଂ ହୀରା ବ୍ୟବସାୟର ପେଣ୍ଠ ସ୍ଥଳୀ ସୁରଟ । ଏଠାରେ ଲକ୍ଷଲକ୍ଷ ଓଡିଆ କାର୍ଯ୍ୟରତ । ଏମାନଙ୍କ ଭୋଟ ୨୦୧୯ ନିର୍ବାଚନରେ ଉଭୟ ଗୁଜୁରାଟ ଏବଂ ଓଡିଶା ପାଇଁ ଗୁରୁତ୍ୱ ବହନ କରୁଛି । ଆସନ୍ତା ୨୪ରେ ପ୍ରଧାମନ୍ତ୍ରୀ ଓଡିଶା ଆସୁଛନ୍ତି। ଏହାର ଠିକ୍‌ ସପ୍ତାହେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସୁରଟ ଗସ୍ତ ରାଜନୈତିକ ପାଣିପଗାକୁ ସରଗରମ କରିଛି। ସୁରଟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ପ୍ରବାସୀ ଓଡିଆଙ୍କ ସହ ନିଯୁକ୍ତି ଭଳି ପ୍ରସଙ୍ଗ ସହ ଗୁଜୁରାଟ ସରକାରଙ୍କ ଯୋଜନା ସେମାନଙ୍କ ପାଖରେ ପହଂଚୁଛି କି ନାହିଁ ସେ ନେଇ ଆଲୋଚନା କରିବେ।

ଗୁଜରାଟରେ ବିଜେପି ସରକାର । ତେଣୁ ସେଠାରେ ରହୁଥିବା ପ୍ରବାସୀ ଓଡିଆ ସବୁ ଦଳ ପାଇଁ ଗୁରୁତ୍ୱପୁର୍ଣ୍ଣ । ମୁଖ୍ୟମନ୍ତ୍ରୀଙ୍କ ସୁରଟ ଗସ୍ତ ଉପରେ ବିଜେପି କହିଛି ନିର୍ବାଚନ ପାଖେଇ ଆସୁଥିବାରୁ ସୁରଟର ଓଡିଆ ଲୋକଙ୍କ କଥା ମନେ ପଡିଛି । ଓଡିଶାରେ ନିଯୁକ୍ତି ସୁଯୋଗ ନଥିବାରୁ ସେମାନେ ସୁରଟରେ ଯାଇ କାମ କରୁଛନ୍ତି।

You might also like