ଆଜି ପବିତ୍ର ଶାମ୍ବ ଦଶମୀ, କୋଣାର୍କରେ ହେବ ସୂର୍ଯ୍ୟଦେବଙ୍କ ରଥ ଯାତ୍ରା

ଆଜି ପବିତ୍ର ଶାମ୍ବ ଦଶମୀ । ଆଜି ହେଉଛି ସୂର୍ଯ୍ୟ ଉପାସନାର ଦିନ । ତେଣୁ ଆଜିର ଦିନରେ ଘରେ ଘରେ ସୂର୍ଯ୍ୟ ପୂଜା କରାଯାଇଥାଏ । ଆଜି ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ସଂଲଗ୍ନ ଅବଧୂତ ମଠରେ ସୌର ବ୍ରାହ୍ମଣ ମାନଙ୍କ ଦ୍ଵାରା୧୮ତାରିଖରୁ ବିଶ୍ୱର ସମସ୍ତ ଜନସାଧାରଣଙ୍କ ମଙ୍ଗଳ କାମନା ପାଇଁ ଶାନ୍ତି ମହାଯଜ୍ଞ କରାଯାଇଥାଏ ।

କୋଣାର୍କ (କେନ୍ୟୁଜ): ଆଜି ପବିତ୍ର ଶାମ୍ବ ଦଶମୀ । ପରିବାର ଓ ସନ୍ତାନ ସନ୍ତତିଙ୍କ ମଙ୍ଗଳ କାମନା କରି ସୂର୍ଯ୍ୟଙ୍କ ପୂଜା କରିଥାନ୍ତି । ଆଜିର ଦିନରେ ଚନ୍ଦ୍ରଭାଗା ତୀର୍ଥରେ ସୂର୍ଯ୍ୟନାରାୟଣଙ୍କୁ ଉପାସନା କରି ଶାମ୍ବ ଅଭିଶାପ ଜନିତ କୁଷ୍ଠ ରୋଗରୁ ମୁକ୍ତି ଲାଭ କରିଥିଲେ ବୋଲି ପୁରାଣ ବର୍ଣ୍ଣିତ ତଥ୍ୟ ରହିଛି । ଆଜି ହେଉଛି ସୂର୍ଯ୍ୟ ଉପାସନାର ଦିନ । ତେଣୁ ଆଜିର ଦିନରେ ଘରେ ଘରେ ସୂର୍ଯ୍ୟ ପୂଜା କରାଯାଇଥାଏ । ଆଜି ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ସଂଲଗ୍ନ ଅବଧୂତ ମଠରେ ସୌର ବ୍ରାହ୍ମଣ ମାନଙ୍କ ଦ୍ଵାରା୧୮ତାରିଖରୁ ବିଶ୍ୱର ସମସ୍ତ ଜନସାଧାରଣଙ୍କ ମଙ୍ଗଳ କାମନା ପାଇଁ ଶାନ୍ତି ମହାଯଜ୍ଞ କରାଯାଇଥାଏ ।

ତେଣୁ ଆଜିର ଦିନରେ ସୂର୍ଯ୍ୟନାରାୟଣଙ୍କ ଦକ୍ଷିଣାୟନ ଓ ଉତ୍ତରାୟଣ ଚଳନ୍ତି ପ୍ରତିମା ରଥାରୁଢ଼ ହୋଇ ଚନ୍ଦ୍ରଭାଗା ତୀର୍ଥରେ ନିକଟରେ ଥିବା ଛୋଟାବାବା ମଠ ନିକଟକୁ ଯାଇଥାନ୍ତି । ରଥ ଉପରେ କାକରା, ବରା ଓ ପୋଡ ପିଠା ଲାଗି ପରେ ମଠ ମହନ୍ତ ଛେରା ପହରା କରିଥାନ୍ତି । ଶତାଧିକ ଶ୍ରଦ୍ଧାଳୁ ଏକାଠି ହୋଇ ରଥ ଟାଣି ନେଇ ଚନ୍ଦ୍ରଭାଗା କୂଳରେ ପହଞ୍ଚାଇଥାନ୍ତି । ସେଠାରେ ଆସନ୍ତା ପବିତ୍ର ମାଘ ଶୁକ୍ଳ ସପ୍ତମୀ ପର୍ଯ୍ୟନ୍ତ ସେଠାରେ ଅବସ୍ଥାନ କରିଥାନ୍ତି । ଯାହାକି ପବିତ୍ର ମାଘ ସପ୍ତମୀରେ ମହୋଦଧିରେ ମହାସ୍ନାନ କରିବା ପରେ ଅବଧୂତ ମଠକୁ ବାହୁଡ଼ି ଆସନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.