Below header

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଲେ ଅନୁଗୁଳର ଯୁବଶିଳ୍ପୀ ସୁଶାନ୍ତ ଦାସ

ଅନୁଗୁଳ(କେନ୍ଯୁଜ୍): ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି ଅନୁଗୁଳ ଜିଲ୍ଲାର ଯୁବଶିଳ୍ପୀ ସୁଶାନ୍ତ ଦାସ। ଟୋକିଓ ଅଲମ୍ପିକ୍ସ -୨୦୨୦ରେ ଅଂଶଗ୍ରହଣ କରିଥିବା ଭାରତୀୟ ଖେଳାଳିଙ୍କୁ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇ ସେ ଏହି ରେକର୍ଡସର ଅଧିକାରୀ ହୋଇପାରିଛନ୍ତି।

cartificate

ଭାରତ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଚିୟର ଇଣ୍ଡିଆ ସ୍ଲୋଗାନ୍‌ରେ ସାମିଲ ହେବାକୁ ସୁଶାନ୍ତ ଗତ ଜୁଲାଇ ୨୨ରେ ଦୀର୍ଘ ୩୪ ଘଣ୍ଟା ପରିଶ୍ରମ କରି ୨୫୪୩ ଖଣ୍ଡ ଦିଆସିଲି କାଠି ସହାୟତାରେ ଅଲମ୍ପିକ୍ସ ରିଙ୍ଗ୍‌ ପ୍ରସ୍ତୁତ କରିଥିଲେ। ଏହି ରିଙ୍ଗ୍‌ରେ ୫ଟି ମହାଦେଶକୁ ସ୍ଥାନିତ କରିବା ସହ ଭାରତ କିପରି ସର୍ବଶ୍ରେଷ୍ଠ ସ୍ଥାନ ବଜାୟ ରଖିବ ସେ ନେଅ ଶୁଭକାମନା ଜଣାଇଥିଲେ। ଏହି କଳାକୃତିକୁ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନିତ ପାଇଁ ସେପ୍ଟେମ୍ବର ୨ରେ ଆବେଦନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.