ଧରା ପଡିଲା ରାଜଧାନୀରେ ଲକଡାଉନରେ ଘୁରି ବୁଲିଥିବା ସନ୍ଦେହପୂର୍ଣ୍ଣ  XUV କାର

କେନ୍ୟୁଜ୍(ବ୍ୟୁରୋ): ଧରା ପଡିଲା ରାଜଧାନୀରେ ଲକଡାଉନରେ ଘୁରି ବୁଲିଥିବା ସନ୍ଦେହପୂର୍ଣ୍ଣ  XUV କାର ।  ଗାଡି ନମ୍ବର ବଦଳାଇ ନିୟମ ନମାନିବା ସହ ରାସ୍ତାରେ ବୁଲୁଥିଲା ଏବଂ ଚେକିଂ ବେଳେ ପୋଲିସକୁ ଚକମା ଦେଉଥିଲା ଏହି XUV କାର । ଲକଡାଉନ ହେଉ କି ସଟଡାଉନ ଗାଡି ନମ୍ବର ବଦଳାଇ ରାଜଧାନୀରେ ରାଉଣ୍ଡ ମାରିବା ସହ ପୋଲିସକୁ ବାରମ୍ବାର ଚକମା ଦେଇଆସୁଥିଲା ।

xuv1

ପୋଲିସ ଯଉଁ ଜାଗାରେ ଗାଡିଟିକୁ ଅଟକାଇ କାଇଁ ବୁଲୁଛ ବୋଲି ପଚାରିଲେ  କାରର ଚଲାଉଥିବା ଲୋକ ନିଜକୁ  ସେନା ବାହିନୀ ଜବାନ ବୋଲି ପରିଚୟ ଦେଉଥିଲା। ଗାଡିଟି ଉପରେ ସନ୍ଦେହ ହେବାରୁ ପୋଲିସ ଏହି XUVଗାଡିଟିକୁ ଅଟାକାଇଥିଲା। ଚାଳକ ଠାରୁ  କିଛି ସନ୍ତୁଷ୍ଟପୂର୍ଣ୍ଣ ଉତ୍ତର ନପାଇବାରୁ ଶେଷରେ ଗାଡିକୁ ଜବତ କରି ଗାଡିର ଚାଳକକୁ  ଅଟକ ରଖିଛି ନୟାପଲ୍ଲୀ ଥାନା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.