ବଢ଼ିଲା କାର୍ଯ୍ୟରତ ସାମ୍ବାଦିକଙ୍କ ବୀମା ଯୋଜନାର ଆବେଦନ ଅବଧି, ସୂଚନା ଦେଲେ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ବଢ଼ିଲା କାର୍ଯ୍ୟରତ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ଆବେଦନ ସମୟ ସୀମା । ଜୁନ ୧୧ ନୁହେଁ ବରଂ ଜୁନ ୨୬ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଆବେଦନ କରିବାର ସମୟ ସୀମା। ଏନେଇ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ । କାର୍ଯ୍ୟରତ ସାମ୍ବାଦିକଙ୍କ ସ୍ବାସ୍ଥ୍ୟ ପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟବୀମା ଯୋଜନା ୨୦୧୬ ଲାଗୁ କରିଛନ୍ତି । ଏହି ଯୋଜନାରେ ଅନ୍ତର୍ଭୁକ୍ତ କାର୍ଯ୍ୟରତ ସାମ୍ୱାଦିକଙ୍କ ସମେତ ତାଙ୍କ ପରିବାରର ୫ ଜଣ ସଦସ୍ୟ ଏହି ସ୍ୱାସ୍ଥ୍ୟ ବୀମା ଯୋଜନାରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପାଇପାରିବେ।

ସ୍ୱାସ୍ଥ୍ୟ ବୀମା କାର୍ଡ଼ ଗୁଡ଼ିକ ସମ୍ପୃକ୍ତ ସାମ୍ୱାଦିକମାନଙ୍କୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଜରିଆରେ ବଣ୍ଟନ କରାଯିବ। ହିତାଧିକାରୀମାନେ ସେମାନଙ୍କ ସ୍ୱାସ୍ଥ୍ୟ ବୀମା ଆଇଡିଣ୍ଟିଫିକେସନ୍‌ ନମ୍ୱର ବ୍ୟବହାର କରି ଏହି ସୁବିଧା ପାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.