Below header

ବଲିଉଡ୍‌ର ଅଭିନେତା ଜିତେନ୍ଦ୍ରଙ୍କ ସହ ମେଳ ଖାଉଛନ୍ତି ଆମେରିକାର ଏହି ଅଭିନେତା,ଦେଖନ୍ତୁ ତାଙ୍କ ଭାଇରାଲ ଫଟୋ

ମୁମ୍ବାଇ : ବଲିଉଡ୍‌ର ଅଧିକାଂଶ ଅଭିନେତାଙ୍କ ହମ୍‌ ସକଲ ବା ନକଲ କରୁଥିବା ଲୋକଙ୍କ ଅଭାବ ନାର୍ହିଁ । ଏମିତିରେ ଏହି ହମ୍‌ସକଲଙ୍କୁ ଦେଖିଲେ କେହି ବି ଧୋକ୍କାରେ ପଡ଼ିଯିବେ । ମହାନାୟକ ଅମିତାଭ ବଚ୍ଚନ, ଦେବାନନ୍ଦ, ସଲମାନ ଖାନ୍‌, ଅକ୍ଷୟ କୁମାର, ଶାହାରୁଖ ଖାନ୍‌, ଅନୀଲ କପୁର, ଶତ୍ରୁଘ୍ନ ସିହ୍ନାଙ୍କ ଭଳି ଅଭିନେତାଙ୍କ ହମ୍‌ ସକଲ ବା ନକଲ ଦେଶରେ ମହଜୁଦ ଅଛନ୍ତି । ଏହି ଅଭିନେତାଙ୍କ ନକଲ କରି ଏମାନେ ମଧ୍ୟ ରୋଜଗାର କରନ୍ତି ।

jitendra.
photo credit: patrika.com

ଏବେ ଅଭିନେତା ଜିତେନ୍ଦ୍ର ଙ୍କର ହମ୍‌ ସକଲ ଙ୍କ ଫଟୋ ମଧ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମାତ୍ର ଇଏ କୌଣସି ସାଧାରଣ ବ୍ୟକ୍ତି ନୁହଁନ୍ତି । ହଲିଉଡ୍‌ ଇଣ୍ଡଷ୍ଟ୍ରିଜରେ ତାଙ୍କୁ ଚାର୍ଲୀ ସିନ୍‌ ବୋଲି କୁହାଯାଏ । ୟାଙ୍କୁ ଦେଖିଲେ ଆପଣ ବି ଧୋକ୍କାରେ ପଡ଼ିଯିବେ । ଜିତେନ୍ଦ୍ର ଓ ଚାର୍ଲୀଙ୍କ ଫଟୋ ଅବିକଳ ସମାନ । ଦୁହେଁ ମଧ୍ୟ ଖ୍ୟାତନାମା ଷ୍ଟାରଙ୍କ ଗଣନରେ ଆସନ୍ତି ।

ଜିତେନ୍ଦ୍ର ୬୦ ରୁ ୭୦ ଦଶକ ମଧ୍ୟରେ ଦର୍ଶକଙ୍କ ହୃଦୟରେ ରାଜ କରୁଥିଲେ । ସେହିପରି ହଲିଉଡର ଚାର୍ଲୀ ମଧ୍ୟ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟରେ ରାଜ କରନ୍ତି । ଚାର୍ଲୀ ଟିଭି ଶୋ‘ ମଧ୍ୟ କରନ୍ତି । ତାଙ୍କର ଶୋ’ ‘ଟୁ ଆଣ୍ଡ ଏ ହାଫ୍‌ ମେନ୍‌’ ବହୁ ଲୋକପ୍ରିୟତା ହାସଲ କରିଛି ।

jitendra.
photo credit: patrika.com

ଦୁଇ ଅଭିନେତାଙ୍କ ମଧ୍ୟରେ ଯଦି ଫରକ ସମ୍ପର୍କରେ କୁହାଯାଏ ତେବେ ତାହା ହେଉଛି ବିବାଦରେ ରହିବା ମାମଲା । ବିବାଦରେ ରହିବା ମାମଲାରେ ଚାର୍ଲୀ ଜିତେନ୍ଦ୍ରଙ୍କ ଠାରୁ ବହୁ ଆଗରେ । ଏବେ ଦୁଇ ଅଭିନେତା ଗ୍ଲାମର ଦୁନିଆ ଠୁ ବିଦାୟ ନେଇଛନ୍ତି । ଚାର୍ଲୀଙ୍କ ଶେଷ ଫିଲ୍ମ ଥିଲା ‘୯/୧୧’ ଯାହା ୨୦୧୭ ରେ ରିଲିଜ ହୋଇଥିଲା ।

jitendra.
photo credit: patrika.com

ସେହିପରି ଜିତେନ୍ଦ୍ର ତାଙ୍କ ଶେଷ ଫିଲ୍ମ ‘ମହାଭାରତ’ ଓ ‘ବର୍ବରିକ’ ରେ ୨୦୧୩ ରେ ଦେଖିବାକୁ ମିଳିଥିଲେ ।
ପ୍ରକାଶଯୋଗ୍ୟ ଯେ ଜିତେନ୍ଦ୍ରଙ୍କ ଜନ୍ମ ୭ ଅପ୍ରେଲ ୧୯୪୨ରେ ଅମୃତସର ରେ ହୋଇଥିବା ବେଳେ ତାଙ୍କୁ ଏବେ ୭୯ ବର୍ଷ । ସେହିପରି ଚାର୍ଲୀଙ୍କ ଜନ୍ମ ୧୯୬୫ ରେ ନ୍ୟୁୟର୍କରେ ହୋଇଥିବା ବେଳେ ତାଙ୍କୁ ଏବେ ୫୫ ବର୍ଷ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.