ପ୍ରବଳ ବର୍ଷା ମୁକାବିଲା ପାଇଁ ରାଜଧାନୀରେ ବିଏମ୍‌ସି ପକ୍ଷରୁ ଜୋରଦାର ପ୍ରସ୍ତୁତି, ବର୍ଷା ମୁକାବିଲା ପାଇଁ ଏସ୍‌ଓପି ଜାରି

କେନ୍ୟୁଜ୍(ବ୍ୟୁରୋ): ପ୍ରବଳ ବର୍ଷା ମୁକାବିଲା ପାଇଁ ରାଜଧାନୀରେ ବିଏମ୍‌ସି ପକ୍ଷରୁ ଜୋରଦାର ପ୍ରସ୍ତୁତି । ତଳିଆ ଅଂଚଳରେ ବର୍ଷା ଜଳ ନିଷ୍କାସନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସହରାଞ୍ଚଳରେ ବର୍ଷା ମୁକାବିଲା ପାଇଁ ଏସ୍‌ଓପି ଜାରି କରାଯାଇଛି । ଜଳବନ୍ଦୀ ଜନିତ ସମସ୍ୟାର ମୁକାବିଲା ପାଇଁ ବିଭିନ୍ନ ସ୍ଥାନରେ ପମ୍ପ ରଖାଯିବା ସହ ସମସ୍ତ ମୁଖ୍ୟ ଡ୍ରେନ୍‌ ଓ ଛୋଟ ଡ୍ରେନ୍‌ ଗୁଡିକୁ ସଫା କରାଯାଇଛି । ପ୍ରବଳ ଜଳବନ୍ଦୀ ହେବା ଆଶଙ୍କା ଥିବା ୨୭ଟି ସମ୍ବେଦନଶୀଳ ସ୍ଥାନକୁ ବିଏମ୍‌ସି ଚିହ୍ନଟ କରିଛି । ଜଳ ନିଷ୍କାସନରେ ଯେପରି କୌଣସି ବାଧା ସୃଷ୍ଟି ନହେବ ସେନେଇ ପଦକ୍ଷେପ ନେବାକୁ କୁହାଯାଇଛି ।

ଯଦି ପ୍ରବଳ ବର୍ଷା ଯୋଗୁଁ ଜଳବନ୍ଦୀ ବା କୌଣସି ସମସ୍ୟା ଦେଖାଦିଏ ତୁରନ୍ତ ୦୬୭୪-୨୪୩୧୨୫୩ ଏବଂ ଟୋଲ ପ୍ରି ନମ୍ବର ୧୮୦୦୩୪୫୦୦୬୧ରେ ଫୋନ୍‌ କରିବାକୁ BMC ପକ୍ଷରୁ କୁହଯାଇଛି । ଏହି ଦୁଇଟି ନମ୍ବର ୨୪ଘଣ୍ଟା ଖୋଲା ରହିବ। ଭୁବନେଶ୍ୱରରେ ୧୦ ଟି ମୁଖ୍ୟ ଡ୍ରେନ୍‌ କାମ ସରିଥିବା ବେଳେ ଓ ୩ଟି ଲିଙ୍କ୍‌ ଡ୍ରେନରୁ ୨ଟି କାର୍ଯ୍ୟ ସରିଛି । ସେହିପରି ଆଉ ଗୋଟିଏର କାମ ଆସନ୍ତା ୧୫ ତାରିଖରେ ସରିବ । ସଂଯୋଗ ଡ୍ରେନ୍‌ କାମ ମଧ୍ୟ ସଫେଇ ହୋଇଛି । ଏନ୍‌ ଏଚ ଆଇ ର ଥିବା ୩ଟି ସ୍ଥାନ କୁ ସର୍ବେକ୍ଷଣ କରି ବ୍ୟବସ୍ଥା କରାଯାଇଛି । ସବୁ ପ୍ରକାର ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ବିଏମସି କମିଶନର ସଂଜୟ ସିଂ।

Leave A Reply

Your email address will not be published.