Below header

ମୟୁରଭଞ୍ଜ: ଗୋଚର ଜମି ଜବରଦଖଲକୁ ନେଇ ତୁମୂଳକାଣ୍ଡ, ନାବାଳକକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ମୟୁରଭଞ୍ଜ(କେନ୍ୟୁଜ୍): ଗୋଚର ଜମି ଜବରଦଖଲକୁ ନେଇ ନାବାଳକକୁ ଜଘନ୍ୟ ହତ୍ୟାକାଣ୍ଡ। ସୂଚନା ଅନୁଯାୟୀ ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା  ମହୁଲବଣୀ ଗ୍ରାମରେ ଥିବା ଗୋଚର ଜାଗାରେ ରଘୁନାଥ ମହାନ୍ତ ଘର କରି ବାଡ ଘେରି ଦୀର୍ଘ ୧୦ ବର୍ଷ ଧରି ରହୁଥିବା ବେଳେ ଉକ୍ତ ଗ୍ରାମର କୋମଲ ଲୋଚନ ମହାନ୍ତ ରଘୁନାଥ ମହାନ୍ତ ଙ୍କ ବାଡ ଉଠାଇ ଜାଗା ଜୋବର ଦଖଲ ପାଇଁ ଉଦ୍ୟମ କରିଥିଲେ । ଯାହାକୁ ନେଇ ଗତକାଲି ଦିନ ବେଳେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ହୋଇଥିଲା । ତେବେ ଗତକାଲି ସଂନ୍ଧ୍ୟା ସମୟରେ ଗୋଚର ଜାଗାରେ ଥିବା ଘରେ ରଘୁନାଥ ମହାନ୍ତ ନଥିବା ବେଳେ ତାଙ୍କ ନାତି ହରେକୃଷ୍ଣ ମହାନ୍ତ ଶୋଇଥିଲେ । ହଠାତ ନିଶାଶକ୍ତ ଅବସ୍ଥାରେ କୋମଲ ଲୋଚନ ମହାନ୍ତ ,ଜତିନ୍ଦ୍ର ମହାନ୍ତ ଓ ସଭାକର ମହାନ୍ତ ପହଞ୍ଚି ରଘୁନାଥ ମହାନ୍ତ ଙ୍କ ନାତିକୁ ଧମକ ଦେଇଥିଲେ ।

mayurbhanj 2

 ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ବଢିଥିଲା । ନିଶାସକ୍ତ ଅବସ୍ଥାରେ ଥିବା ତିନି ଜଣ କିଛି ବୁଝିବାକୁ ନାରାଜ ହୋଇଥିଲେ । ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ହେବା ପରେ ତିନି ଜଣ ଉକ୍ତ ନାବଳକକୁ ମାରପିଟ କରିବାରୁ ସେ ଘର ଛାଡି ସେଠାରୁ ଦୈଡି ପଳାଇବାକୁ ଚେଷ୍ଟା କରିଥିଲା । କିନ୍ତୁ ତିନି ଜଣ ଗୋଡ଼ାଇ ଗୋଡ଼ାଇ ନାବାଳକ ହରେକୃଷ୍ଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ । ପରେ ପାଟି ଶୁଣି ଗ୍ରାମବାସୀ ପହଞ୍ଚି ଗୁରୁତର ହରେକୃଷ୍ଣଙ୍କୁ କିଷାନତାଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ମୋରଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ କୋମଲ ଲୋଚନ ମହାନ୍ତ ଫେରାର ଅଛି । ଯାହାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.