ନିଆରା ପ୍ରେମ ନିବେଦନ: ଗୁପଚୁପ ଭିତରେ ମୁଦି ରଖି ପ୍ରେମିକାଙ୍କୁ କଲେ ପ୍ରପୋଜ, ଇଣ୍ଟରନେଟରେ ଖୁବ ଭାଇରଲ ହେଉଛି ଫଟୋ

ସମସ୍ତେ ନିଜ ପାର୍ଟନରଙ୍କୁ ପ୍ରପୋଜ ବା ପ୍ରେମ ନିବେଦନ କରିବା ପାଇଁ ନୂଆ ନୂଆ ତରିକା ଖୋଜନ୍ତି। କାରଣ, ସବୁ କପଲଙ୍କ ଜୀବନରେ ପ୍ରପୋଜର ଦିନ ବହୁତ ଖାସ ହୋଇଥାଏ। ଏବେ ସୋସିଆଲ ମିଡିଆରେ ଠିକ ଏମିତି ହିଁ ଏକ ନିଆରା ପ୍ରପୋଜାଲର ଫଟୋ ଖୁବ ଭାଇରଲ ହେଉଛି, ଯାହାକୁ ଦେଖିଲେ ଆପଣଙ୍କ ମୁହଁରୁ କେବଳ ବାଃ ହିଁ ବାହାରିବ।

ଟ୍ୱିଟରରେ ସେୟାର ହୋଇଥିବା ଏହି ଫଟୋରେ ଆପଣ ଦେଖିବାକୁ ପାଇବେ କି, ଜଣେ ଯୁବକ ନିଜ ପ୍ରେମିକାଙ୍କୁ ପ୍ରପୋଜ କରିବା ପାଇଁ ଗୁପଚୁପରେ ମୁଦି ଲୁଚାଇ ଦେଇଛନ୍ତି। କାରଣ, ପୂର୍ବରୁ ଯୁବକଙ୍କୁ ଜଣାଥିଲା କି, ତାଙ୍କ ପ୍ରେମିକା ଜଣେ ଗୁପଚୁପ ପ୍ରେମୀ। ଏଥିପାଇଁ ସେ ବିବାହ ଲାଗି ପାର୍ଟନରଙ୍କୁ ପ୍ରପୋଜ କରିବା ସମୟରେ ଗୁପଚୁପର ସାହାରା ନେଇଥିଲେ।

ତେବେ ଯୁବକ ଜଣକ ନିଶ୍ଚିତ ଥିଲେ ଯେ ତାଙ୍କ ପ୍ରେମିକା ଗୁପଚୁପରେ ମୁଦି ଦେଖି ନିଶ୍ଚୟ ବିବାହ ପାଇଁ ହଁ କହିବେ। ଏହି ଭାଇରଲ ଫଟୋରେ ଏମିତି ନିଆରା ପ୍ରେମ କାହାଣୀ ଏବଂ ପ୍ରପୋଜାଲକୁ ଲୋକେ ବହୁତ ପସନ୍ଦ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.