ପୂର୍ବ ଶତ୍ରୁତା ସନ୍ଦେହ, ଦୁର୍ବୃତ୍ତ ଭୁଜାଲି ମାଡ଼ରେ ମହିଳା ଗୁରୁତର

ଦୁର୍ବୃତ୍ତଙ୍କ ଭୁଜାଲି ମାଡ଼ରେ ମହିଳା ଗୁରୁତର। କରଞ୍ଜିଆ ଥାନା ଅନ୍ତର୍ଗତ ଠାକୁରମାପାଟଣାରେ ଘଟିଛି ଏପରି ହୃଦୟ ବିଦାରକ ଘଟଣା। ଭୁଜାଲି ମାଡ଼ ଯୋଗୁଁ ମହିଳାଙ୍କ ଅନ୍ତ ବୁଜୁଲା ବାହାରକୁ ବାହାରି ଆସିଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

କରଞ୍ଜିଆ (କେନ୍ୟୁଜ): ଦୁର୍ବୃତ୍ତଙ୍କ ଭୁଜାଲି ମାଡ଼ରେ ମହିଳା ଗୁରୁତର। କରଞ୍ଜିଆ ଥାନା ଅନ୍ତର୍ଗତ ଠାକୁରମାପାଟଣାରେ ଘଟିଛି ଏପରି ହୃଦୟ ବିଦାରକ ଘଟଣା। ଭୁଜାଲି ମାଡ଼ ଯୋଗୁଁ ମହିଳାଙ୍କ ଅନ୍ତ ବୁଜୁଲା ବାହାରକୁ ବାହାରି ଆସିଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଶୋଇଥିବା ବେଳେ ହଠାତ୍ କିଛି ଦୁର୍ବୃତ୍ତ ଘରେ ପଶି ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ପରିବାର ଲୋକେ ମହିଳାଙ୍କ ପାଟି ଶୁଣି ଦୌଡ଼ି ଆସିଥିଲେ। ମହିଳାଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ପରିବାର ଲୋକେ ତାଙ୍କୁ ପ୍ରଥମେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ମହିଳାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତେବେ ପୂର୍ବ ଶତ୍ରୁତା ପାଇଁ ଭୁଜାଲି ମାଡ଼ ହୋଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.