Oppo ଲଞ୍ଚ କରିବାକୁ ଯାଉଛି ନୂଆ Flip ଫୋନ, ଜାଣନ୍ତୁ କଣ ରହିଛି ଫିଚର୍ସ

Oppo Find N3 Flip ଫୋନର ଟିଜିଙ୍ଗ୍‌ ଆରମ୍ଭ କରିଛି । ଏହି ଫୋନ ଖୁବ୍‌ ଶୀଘ୍ର ଭାରତରେ ଡେବ୍ୟୁ କରିବାକୁ ଯାଉଛି । ସୂଚନାଥାଉ କି ଚାଇନିଜ୍‌ ସ୍ମାର୍ଟଫୋନ କମ୍ପାନୀ Oppo ନିଜର ଅଫିସିଆଲ ହ୍ୟାଣ୍ଡେଲ Xରେ ଏକ ପୋଷ୍ଟ ସେୟାର କରିଛି ।

Oppo ଖୁବଶୀଘ୍ର ନିଜର ଫୋଲଡେବଲ ସ୍ମାର୍ଟଫୋନ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । Oppo ଏଥିପାଇଁ Oppo Find N3 Flip ଫୋନର ଟିଜିଙ୍ଗ୍‌ ଆରମ୍ଭ କରିଛି । ଏହି ଫୋନ ଖୁବ୍‌ ଶୀଘ୍ର ଭାରତରେ ଡେବ୍ୟୁ କରିବାକୁ ଯାଉଛି । ସୂଚନାଥାଉ କି ଚାଇନିଜ୍‌ ସ୍ମାର୍ଟଫୋନ କମ୍ପାନୀ Oppo ନିଜର ଅଫିସିଆଲ ହ୍ୟାଣ୍ଡେଲ Xରେ ଏକ ପୋଷ୍ଟ ସେୟାର କରିଛି । ଯେଉଁଥିରେ Oppo Find N3 Flipର ଏକ ଭିଡିଓ ସେୟାର ହୋଇଛି ଏବଂ ଏହି ଭିଡିଓ ମାଧ୍ୟମରେ ଆପଣ Oppoର ଆଗାମୀ ଫୋଲଡେବଲ ଫୋନ ବିଷୟରେ ଜାଣି ପାରିବେ ।

Oppoର ଏହି ଫୋନରେ ୬.୮ ଇଞ୍ଚର FHD + ଡିସପ୍ଲେ ରହିବ, ଯାହାର ରିଜୋଲ୍ୟୁସନ ୧୦୮୦ x ୨୫୨୦ ପିକ୍ସେଲ ହେବ ଏବଂ ଏହି ଡିସପ୍ଲେ AMOLED ହେବ ଏବଂ ଏହାର ୧୨୦ Hzର ରିଫ୍ରେସ ରେଟ ରହିବ । ସ୍କି୍ରନର ସୁରକ୍ଷା ପାଇଁ ଏଥିରେ SCHOTT UTG ଗ୍ଲାସର ପ୍ରୋଟେକ୍ସନ ମିଳିବ । ସେହିପରି Oppo Find N3 Flip ଫୋନରେ ଦ୍ୱିତୀୟ ସେକେଣ୍ଡାରୀ ସ୍କ୍ରିନ ୩.୨୬ ଇଞ୍ଚ ହେବ, ଯାହାର ରିଜୋଲ୍ୟୁସନ ୩୮୨ x ୭୨୦ ପିକ୍ସେଲ ହେବ ଏବଂ ଏହାର ପ୍ରୋଟେକ୍ସନ ପାଇଁ କର୍ନିଙ୍ଗ ଗୋରିଲ୍ଲା ଗ୍ଲାସ ରହିବ ବୋଲି କୁହାଯାଉଛି ।

Oppo Find N3 Flip ଫୋନକୁ ଅକ୍ଟା କୋର ମିଡିଆଟେକ ଡାଇମେନସିଟି ୯୨୦୦ ଚିପସେଟ ଦିଆଯାଇପାରେ ଯାହା ୧୨GB RAM ଏବଂ ୨୫୬GB ଷ୍ଟୋରେଜ ସହିତ ପେୟାର ହେବ । Oppo Find N3 Flip ଫୋନ୍ ଆଣ୍ଡ୍ରଏଡ୍ 13 OS ବେସଡ୍‌ Color OS ୧୩.୨ରେ ରନ୍‌ କରିବ ।

Oppo Find N3 Flip ଫୋନରେ ହେସେଲବ୍ଲାଡ୍ କ୍ୟାମେରା ସେଟଅପ୍ ମିଳିବ, ଯେଉଁଥିରେ ୫୦MP ମେନ୍‌ ସୁଟର, ୪୮MP ଅଲ୍ଟ୍ରା ୱାଇଡ୍ ଆଙ୍ଗଲ୍ ଏବଂ ୩୨MP ଟେଲିଫୋଟୋ କ୍ୟାମେରା ମିଳିବ । ସେଲଫି ପାଇଁ ଏହି ଫୋନରେ ୩୨MP ସେଲଫି କ୍ୟାମେରା ରହିବ । Oppo Find N3 Flip ଫୋନ୍ ସାଇଡ୍ ମାଉଣ୍ଟେନ ଫିଙ୍ଗରପ୍ରିଣ୍ଟ ସ୍କାନର୍‌ ଏବଂ ୪୩୦୦mAhର ପାଓ୍ଵାରଫୁଲ ବ୍ୟାଟେରୀ ଆସିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.