ଇଞ୍ଜିନିୟର ଶ୍ଵେତା ମୃତ୍ୟୁ ମାମଲା: ବଏଫ୍ରେଣ୍ଡ ସୌମ୍ୟଜିତଙ୍କୁ ଗିରଫ କଲା ଚନ୍ଦ୍ରଶେଖରପୁର ପୋଲିସ
ଭୁବନେଶ୍ୱରରେ ସଫ୍ଟେଓ୍ଵୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ।
ଭୁବନେଶ୍ୱର (କେନ୍ୟୁଜ): ପ୍ରେମିକା ମୃତ୍ୟୁ ଘଟଣାରେ ପ୍ରେମିକ ଗିରଫ। ଭୁବନେଶ୍ୱରରେ ସଫ୍ଟେଓ୍ଵୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ।
ଗତକାଲି ରାତିରେ ସମ୍ବଲପୁର ବଂଶୀଧର ନଗର ସ୍ଥିତ ଘରୁ ସୌମ୍ୟଜିତ ମହାପାତ୍ରଙ୍କୁ ଗିରଫ କରିଛି। ଗିରଫ ପରେ ସୌମ୍ୟଜିତ୍ଙ୍କୁ ଭୁବନେଶ୍ୱର ଆଣୁଛି କମିଶନରେଟ୍ ପୋଲିସ । ଦୀର୍ଘ ୫ ମାସ ପରେ ସୌମ୍ୟଜିତକୁ ଗିରଫ କରାଯାଇଛି । ଅଗଷ୍ଟ ୨୦୨୨ରେ ଆତ୍ମହତ୍ୟା କରିଥିଲେ ଇଞ୍ଜିନିୟର ଶ୍ୱେତା। ଶୈଳଶ୍ରୀ ବିହାର ସ୍ଥିତ ଘରୁ ଶ୍ୱେତାଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ଶ୍ୱେତାଙ୍କ ମୃତ୍ୟୁ ପାଇଁ ପ୍ରେମିକ ସୌମ୍ୟଜିତଙ୍କୁ ଦାୟୀ କରିଥିଲେ ପରିବାରଲୋକ । ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଥିଲେ ମୃତ ଶ୍ୱେତାଙ୍କ ବାପା। ଏହାପରେ ଆରମ୍ଭ ହୋଇଥିଲା ତଦନ୍ତ। ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ସୌମ୍ୟଜିତଙ୍କ ଆବେଦନ ଖାରଜ ହୋଇଯାଇଥିଲା। ଦୀର୍ଘ ବର୍ଷ ହେବ ଦୁଇ ଜଣ ସମ୍ପର୍କରେ ଥିଲେ, ପରସ୍ପରକୁ ବିବାହ କରିଥାନ୍ତେ। ଶ୍ୱେତା କୁମାରୀଙ୍କ ଘର ଭଦ୍ରକରେ ହୋଇଥିବାବେଳେ ସେ ଭୁବନେଶ୍ୱରର ଏକ ସଫ୍ଟେଓ୍ଵୟାର କମ୍ପାନୀରେ କାମ କରୁଥିଲେ।