Below header

ବନାଗ୍ନିରେ ଛାରଖାର ହୋଇ ଯାଉଛି ସବୁଜିମା ଭରା ବଣ ପାହାଡ, ବିପଦରେ ଜଙ୍ଗଲି ଜନ୍ତୁ

ଜଙ୍ଗଲ ଜୁଇ ରେ ଛାରଖାର ଜଙ୍ଗଲ ସମ୍ପଦ । ବଲାଙ୍ଗିର ଜିଲ୍ଲାର ଗନ୍ଧ ମାର୍ଦନ ହେଉ କି ଭିମ ପାହାଡ । ସେ ଖରସେଲ ଜଙ୍ଗଲ ହେଉ କି ମଠଖାଇ । ଏଠି ସେଠି ସବୁଠି ନିଆଁ ଲାଗୁଛି ।

ବଲାଙ୍ଗିର(କେନ୍ୟୁଜ୍): ବଣ ପାହାଡ ଘେରା ବଲାଙ୍ଗିର ଜିଲ୍ଲା । ସୁନ୍ଦର ପରିବେଶ ସବୁଜିମା ଭରା ବଣ ପାହାଡ । ସେ ଗନ୍ଧମାର୍ଦନ ଜଙ୍ଗଲ ହେଉ କି ଭିମ ପାହାଡ । ଏଠିକାର ସବୁଜିମା ଭରା ଦୃଶ୍ଯ ଓ ଔଷଧିୟ ବୃକ୍ଷ ଜିଲ୍ଲାର ଗାରିମାକୁ ବଢାଉଛି । ହେଲେ ପ୍ରତିବର୍ଷ ଖରା ଦିନ ଆସିବା ପୁର୍ବରୁ ଠିକ ଏହି ସମୟରେ ବଲାଙ୍ଗିର ଜିଲ୍ଲାର ଏହି ବଣ ଜଙ୍ଗଲରେ ଚିନ୍ତା ବଢାଏ ବନାଗ୍ନି । ବନାଗ୍ନିରେ ଛାରଖାର ହୋଇଜାଉଛି ସବୁଜିମା ଭରା ବଣ ପହାଡ । ନଷ୍ଟ ହେଉଛି ଜଙ୍ଗଲ ସମ୍ପଦ । ବିପଦରେ ଜଙ୍ଗଲି ଜନ୍ତୁ ।

ଆଖି ପୁଛୁଲାକେ ମାଡି ଯାଉଛି ଜଙ୍ଗଲ ଜୁଇ । ଜଙ୍ଗଲ ଜୁଇ ରେ ଛାରଖାର ଜଙ୍ଗଲ ସମ୍ପଦ । ଆଉ ଏବେ ଅଙ୍ଗାର ଓ ପାଉଁଶ ରେ ଭର୍ତ୍ତି । ବଲାଙ୍ଗିର ଜିଲ୍ଲାର ଗନ୍ଧ ମାର୍ଦନ ହେଉ କି ଭିମ ପାହାଡ । ସେ ଖରସେଲ ଜଙ୍ଗଲ ହେଉ କି ମଠଖାଇ । ଏଠି ସେଠି ସବୁଠି ନିଆଁ ଲାଗୁଛି । ନଷ୍ଟ ହେଉଛି ଜଙ୍ଗଲ ସମ୍ପଦ । ବିପଦରେ ଜଙ୍ଗଲି ଜୀବଜନ୍ତୁ । ଜଙ୍ଗଲ ଜୁଇ ରେ ପୋଡି ପାଉଁଶ ହେଉଛି ଔଷଧିୟ ଗଛ । ପ୍ରତିବର୍ଷ ଠିକ ଏହି ସମୟ ଆସିଲେ ଏପରି ପରିସ୍ଥିତି ଦେଖା ଦିଏ । ଆଉ ପୁର୍ବ ବର୍ଷ ର ସ୍ଥିତି କୁ ଦେଖି ବର୍ତ୍ତମାନ ଭୟଭିତ ବଲାଙ୍ଗିର ବାସୀ ।

ଦିନେ ସବୁଜିମା ରେ ଝଟକୁ ଥିଲା ସୁନ୍ଦର ବଣ ପାହାଡ । ଆଜି ବଲାଙ୍ଗିର ଜିଲ୍ଲାର ଅନେକ ଜଙ୍ଗଲରେ ଲାଗିଛି ନିଆଁ । ପୂର୍ବ ବର୍ଷ ମାନଙ୍କ ସ୍ଥତି ଦେଖିଲେ ଚିନ୍ତା ବଢାଇଛି ବନାଗ୍ନି । ତେବେ ବନ ବିଭାଗରୁ ମିଳିଥିବା ତଥ୍ଯଅନୁଯାୟୀ ୨୦୨୧ ମସିହାରେ ବଲାଙ୍ଗିର ଜିଲ୍ଲାରେ ଜଙ୍ଗଲ ଜୁଇରେ ଅଧିକ ଜଙ୍ଗଲ ନଷ୍ଟ ହୋଇଥିଲା । ୨୦୧୯ ରୁ ଚଳିତ ୨୦୨୩ ବର୍ତ୍ତମାନ ସୁଦ୍ଧା ପ୍ରୟ ୩୫୦୦ ଟି ସ୍ଥାନରେ ନିଆଁ ଲାଗିଥିବା ଚିହ୍ନଟ ହୋଇଛି । ପ୍ରତିବର୍ଷ ମାର୍ଚ୍ଚ ମାସରେ ସ୍ଥିତି ଅଣାୟତ ହେଉଛି ।

fireନଜର ପକାନ୍ତୁ ଜିଲ୍ଲାରେ କିପରି ରହିିଛି ସ୍ଥିତି :

  • ୨୦୧୯ ମସିହାରେ ୪୨୯ ଟି ସ୍ଥାନରେ ନିଆଁ ଲାଗିଥିଲା । ନିଆଁର ଆଁରେ ୭୨୪ ହେକ୍ଟର ଜଙ୍ଗଲ ଜଳି ପାଉଁଶ ହେଲା ।
  • ୨୦୨୦ ରେ ୧୫୯ ଟି ସ୍ଥାନରେ ନିଆଁ ଲାଗିଲା । ଆଉ ଜଳିଗଲା ୩୫୦ ହେକ୍ଟର ଜଙ୍ଗଲ ।
  • ସେହିପରି ୨୦୨୧ ରେ ୧୯୨୯ ଟି ସ୍ଥାନ ରେ ଜଙ୍ଗଲ ରେ ନିଆଁ ଲାଗିବା ଚିହ୍ନଟ ହେଲା । ଆଉ ଜଳିଗଲା ୩୯୩୦ ହେକ୍ଟର ଜଙ୍ଗଲ ।
  • ୨୦୨୨ ରେ ୭୮୪ ଟି ସ୍ଥାନରେ ନିଆଁ ଲାଗିଲା ଆଉ ଜଙ୍ଗଲ ନିଆ ରେ ଜଳିଗଲା ୧୪୬୯ ହେକ୍ଟର ।
  • ଆଉ ୨୦୨୩ ର ଆରମ୍ଭ ରୁ ହିଁ ଚିନ୍ତା ବଢାଉଛି ବନାଗ୍ନି । ଏବେ ବିଭିନ୍ନ ଜଙ୍ଗଲରେ ଲାଗିଛି ନିଆଁ ।

ବଲାଙ୍ଗିର ଜିଲ୍ଲାରେ ପ୍ରତିବର୍ଷ ମାର୍ଚ୍ଚ ମାସରେ ଜଙ୍ଗଲ ନିଆଁ ଅଣାୟତ ହୁଏ । ଆରମ୍ଭ ହୁଏ କାରଣ ଖୋଜା । କିପରି ଲାଗୁଛି ନିଆଁ ? କଣ ହୋଇପାରେ ଜଙ୍ଗଲରେ ନିଆଁ ଲାଗିବାର କାରଣ ? ଏବେ ଜିଲ୍ଲାରେ ମହୁଲ ହୋଇଛି କାଳ । ମହୁଲ ଫୁଲ ସଂଗ୍ରହ ସମୟରେ ଅନେକ ଲୋକ ମହୁଲ ଗଛ ତଳେ ନିଆଁ ଲଗାଇଥାନ୍ତି । ସେହି ନିଆଁ ଜଙ୍ଗଲ କୁ ମାଡିଯାଏ । ପୁଣି ଜଙ୍ଗଲି ଜନ୍ତୁ ଶିକାର ପାଇଁ ଶିକାରୀ ଜଙ୍ଗଲ ରେ ନିଆଁ ଲଗାଏ ତ କିଏ ଜଙ୍ଗଲ କୁ ଲାଗି ରହିଥିବା ବିଳରେ ନିଆଁ ଲଗାଏ ।

ଏହା ସହିତ ଏବେ କେନ୍ଦୁପତ୍ର ବିଭାଗ ର ଗୋଛାକଟା ସମୟ ରେ ନିଆଁ ଲଗାଯଅଏ । ଉନ୍ନତ ମାନର ଓ ଭଲ କେନ୍ଦୁପତ୍ର ସଂଗ୍ରହ ଆଶାରେ ଜଙ୍ଗଲ ରେ ନିଆଁ ଲଗାଉଥିବା ଅଭିଯୋଗ ବି ଆସୁଛି । ଏପଟେ ନିଆଁ ଦାଉରୁ କିପରି ଜଙ୍ଗଲ କୁ ସୁରକ୍ଷିତ ରଖିହେବ ଏନେଇ ବନ ବିଭାଗ ପଦକ୍ଷେପ ନେଉଥିବା ବଲାଙ୍ଗିର ଡି.ଏଫ.ଓ କହିଛନ୍ତି ।

ବଲାଙ୍ଗିର ଜିଲ୍ଲାରେ ଜଙ୍ଗଲ ନିଆଁକୁ ଆୟତ କରିବାକୁ ଏବେ ଗାଁ ଗାଁ ରେ ଚାଲିଛି ଜନ ସଚେତନ । ଗୀତ ନାଟକ ମାଧ୍ଯମରେ ଜନ ସଚେତନ କରି କିପରି ନିଆଁ ଦାଉରୁ ଜଙ୍ଗଲ କୁ ସୁରକ୍ଷା କରାଯିବ ଏନେଇ ପ୍ରଚାର ପ୍ରଶାର ଚାଲିଛି । ଜଙ୍ଗଲରେ ଜଙ୍ଗଲ ରେ ଫାୟାର ଲାଇନ କରାଯାଇଛି । ଗାଁ ଗାଁ ରେ ଫାୟାର ସ୍କୋୟାର୍ଡ ଗଠନ କରାଯାଇଛି । ବନ ବିଭାଗ , ଅଗ୍ନିଶମ ବିଭାଗ , ଜିଲ୍ଲା ପ୍ରଶାସନ , ମହିଲା ସ୍ୱୟଂ ସହାୟକ ଗୋଷ୍ଠି , ପଞ୍ଚାୟତ ପ୍ରତିନିଧି ଙ୍କୁ ନେଇ ବୈଠକ ବି ହୋଇଛି । ଦେଖାଯାଉ ଏହି ସବୁ ପଦକ୍ଷପ କେତେଦୁର ସଫଳ ହେଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.