ଆଜି ତ୍ରିପୁରାରେ ଭୋଟ : ମତଦାନ କରୁଛନ୍ତି ଭୋଟର

ଆଜି ତ୍ରିପୁରା ନିର୍ବାଚନ । ୬୦ ସଦସ୍ୟ ବିଶିଷ୍ଟ ତ୍ରିପୁରା ବିଧାନସଭା ପାଇଁ ଆଜି ନିର୍ବାଚନ ।

ନୂଆଦିଲ୍ଲୀ : ଆଜି ତ୍ରିପୁରା ନିର୍ବାଚନ । ୬୦ ସଦସ୍ୟ ବିଶିଷ୍ଟ ତ୍ରିପୁରା ବିଧାନସଭା ପାଇଁ ଆଜି ନିର୍ବାଚନ । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି । ପ୍ରାୟ ୨୮ ଲକ୍ଷ ଭୋଟର ମତଦାନ ସାବ୍ୟସ୍ତ କରିବେ । ୨୫୯ ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବେ ଭୋଟର । ମୋଟ ୩ ହଜାର ୩୩୭ ବୁଥରେ ମତଦାନ ହେଉଛି । ଶାନ୍ତି ଶୃଙ୍ଖଳା ପାଇଁ ୨୫ ହଜାର କେନ୍ଦ୍ରୀୟ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ୧୧୦୦ କେନ୍ଦ୍ର ସ୍ପର୍ଶକାତର ରହିଥିବା ବେଳେ ୨୮ଟି କେନ୍ଦ୍ର ଅତ୍ୟନ୍ତ ସ୍ପର୍ଶକାତର ଘୋଷଣା କରାଯାଇଛି ।

ଭୋଟର୍‌ମାନଙ୍କୁ ନିବେଦନ କରି ‘ବିଜେପି’ ମୁଖ୍ୟ ଜେ.ପି. ନଡ୍ଡା କହିଛନ୍ତି, ଗଣତନ୍ତ୍ରର ଏହି ମହୋତ୍ସବରେ ଅଂଶ ଗ୍ରହଣ କରି ତ୍ରିପୁରା ବିଧାନସଭା ନିର୍ବାଚନ ଲାଗି ଆଗେଇ ଆସିବା ପାଇଁ ମୁଁ ସମସ୍ତ ଭୋଟର୍‌ମାନଙ୍କୁ ନିବେଦନ କରୁଛି। ସୁଶାସନ, ବିକଶିତ ଓ ସମୃଦ୍ଧ ଏବଂ ଦୁର୍ନୀତିମୁକ୍ତ ତ୍ରିପୁରାର ଶାସନ ଯାତ୍ରାରେ ପ୍ରତ୍ୟେକ ଭୋଟ୍‌ର ଅବଦାନ ରହିବ।
ତ୍ରିପୁରାରେ ମୁଖ୍ୟତଃ ବିଜେପି ଓ ବାମ ଦଳ ମଧ୍ୟରେ ଲଢ଼େଇ ହେଉଛି।

ତ୍ରିପୁରାର ଚିଫ୍‌ ଇଲେକ୍ଟୋରାଲ୍‌ ଅଫିସର୍‌ ଗିତ୍ତେ କିରଣକୁମାର ଦିନାକର୍‌ରାଓ ଗଣମାଧ୍ୟମକୁ କହିଛନ୍ତି, ଭୋଟ୍‌ ଗ୍ରହଣର ପ୍ରଥମ ୩୦ ମିନିଟ୍‌ ଭିତରେ ରାଜ୍ୟର କୌଣସି ପ୍ରାନ୍ତରେ କିଛି ଅପ୍ରୀତିକର ଘଟଣା ଘଟିଥିବା କିଂବା ‘ଇଭିଏମ୍‌’ରେ ବୈଷୟିକ ତ୍ରୁଟି ପରିଲକ୍ଷିତ ହୋଇଥିବା ରିପୋର୍ଟ ଆସିନାହିଁ।

ଏଥର ମଧ୍ୟ ସରକାର ଗଠନ ଲକ୍ଷ୍ୟ ରଖିଛି। ବିଜେପିକୁ ପୁଣି କ୍ଷମତା ଦେବେ ନା ବାମ ଦଳକୁ କ୍ଷମତାକୁ ଫେରାଇବେ ତାହା ନିର୍ଣ୍ଣୟ କରିବେ ଜନତା। ଫେବ୍ରୁଆରୀ ୨୭ରେ ଉତ୍ତରପୂର୍ବ ଭାରତର ଅନ୍ୟ ଦୁଇ ରାଜ୍ୟ ନାଗାଲାଣ୍ଡ ଓ ମେଘାଳୟ ନିର୍ବାଚନ। ମାର୍ଚ୍ଚ ୨ରେ ୩ ରାଜ୍ୟର ଭୋଟ ଗଣତି ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.