ଆମେରିକା ସେନାର ବ୍ଲାକ୍ ହକ୍ ହେଲିକପ୍ଟର କ୍ରାସ, ୨ ମୃତ
ଆମେରିକାରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ୟୁଏସ ସେନାର ବ୍ଲାକ୍ ହକ୍ ହେଲିକପ୍ଟର କ୍ରାସ ହେବା ପରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣା ଅଲବାମାର ହାଇୱେ-୫୩ ପାଖରେ ହୋଇଛି ।
ଆମେରିକାର ଅଲବାମାରେ ୟୁଏସ୍ ଆର୍ମିର ଦୁଇଟି ବ୍ଲାକ ହକ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣାରେ ଅତି କମରେ ୨ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଦୁର୍ଘଟଣା ଅଲବାମାର ହାଇୱେ-୫୩ ନିକଟରେ ହୋଇଛି । ବୁଧବାର ଦିନ ୩ ଟା ସମୟରେ ଏହି ଦୁର୍ଘଟଣା ଘଟିଛି ।
ମେଡିସନ କାଉଣ୍ଟି ଶେରିଫ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ଦୁର୍ଘଟଣା ବୁଧବାର ଦିନ ୩ଟାରେ ଅଲବାମାର ହଣ୍ଟସବିଲେ ପାଖରେ ବର୍ବଲ ରୋଡ ଏବଂ ନ୍ୟାସନାଲ ହାଇୱେ-୫୩ ପାଖରେ ହୋଇଛି। ଏହି ଦୁର୍ଘଟଣାରେ ଅତିକମରେ ୨ଜଣଙ୍କ ଜୀବନ ଚାଲିଯାଇଛି ।
Damn 😔
2 US National Guardsmen killed in Black Hawk helicopter crash near Alabama highway.https://t.co/guTVgMekZd pic.twitter.com/5dWVBgDnRi
— 🅰️bacus #fella (@TradersAbacus) February 16, 2023
ଏହି ଦୁର୍ଘଟଣାରେ ପରେ ହେଲିକପ୍ଟରରେ ନିଆଁ ଲାଗିଯାଇଥିଲା। ତେଣୁ କେହି ବି ଜୀବିତ ନାହାନ୍ତି । ଘଟଣାରେ ଅନ୍ୟ କେହି ଆହତ ହୋଇନଥିବା ଜଣାପଡିଛି । ହେଲିକପ୍ଟର ୟୁଏସ୍ ଆର୍ମିର ବ୍ଲାକ ହକ୍ ଥିଲା । ତେବେ ହେଲିକପ୍ଟରରେ କେତେ ଲୋକ ଥିଲେ , ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।
ଏହା ପୂର୍ବରୁ ଗତବର୍ଷ ଜୁଲାଇରେ ମେକ୍ସିକୋର ସିନାଲୋଆରେ ବ୍ଲାକ ହକ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏହି ଘଟଣାରେ ୧୪ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା। ହେଲିକପ୍ଟରରେ ୧୫ ଜଣ ଲୋକ ରହିଥିଲେ । ଏହି ଘଟଣା ପରେ ମେକ୍ସିକୋର ଡ୍ରଗ ମାଫିଆ ରାଫେଲ କାରୋ କ୍ୱିନତେରୋଙ୍କୁ ଗିରଫ କରାଯାଇଥିଲା।