ମହିଳା IICଙ୍କୁ ଚାପୁଡ଼ା ମାରିବା ଘଟଣା: ଜୟ ନାରାୟଣଙ୍କ ବିରୋଧରେ ଏତଲା ପରେ ତଦନ୍ତ କଲେ ଆଇଜି ଓ ଏସପି

ଧନୁପାଲୀ ମହିଳା IICଙ୍କୁ ଜୟନାରାୟଣ ମିଶ୍ରଙ୍କ ଆକ୍ରମଣ ଘଟଣାରେ ପୋଲିସର ତଦନ୍ତ । ସମ୍ବଲପୁର ଟାଉନ ଟାଉନ ଥାନାରେ ଆଇଜି ଦୀପକ କୁମାର ଓ ଏସ୍‌ପି ବି. ଗଙ୍ଗାଧର ପହଞ୍ଚି ତଦନ୍ତ କରିଛନ୍ତି ।

ସମ୍ବଲପୁର (କେନ୍ୟୁଜ): ଧନୁପାଲୀ ମହିଳା IICଙ୍କୁ ଚାପୁଡ଼ା ମାରିବା ଘଟଣାରେ ହେବ କି କାର୍ଯ୍ୟାନୁଷ୍ଠାନ । ଜୟ ନାରାୟଣ ମିଶ୍ରଙ୍କ ବିରୋଧରେ FIR ରୁଜୁ । ଧନୁପାଲୀ ମହିଳା IICଙ୍କୁ ଜୟନାରାୟଣ ମିଶ୍ରଙ୍କ ଆକ୍ରମଣ ଘଟଣାରେ ପୋଲିସର ତଦନ୍ତ । ସମ୍ବଲପୁର ଟାଉନ ଟାଉନ ଥାନାରେ ଆଇଜି ଦୀପକ କୁମାର ଓ ଏସ୍‌ପି ବି. ଗଙ୍ଗାଧର ପହଞ୍ଚି ତଦନ୍ତ କରିଛନ୍ତି ।

ଆଇଜି ଦୀପକ କୁମାର ଘଟଣାର ତଦନ୍ତ କରୁଛନ୍ତି । ଡ୍ୟୁଟିରେ ଥିବା ମହିଳା ଥାନାଧିକାରୀଙ୍କୁ ଚାପୁଡ଼ା ମରାର ଦୃଶ୍ୟ କ୍ୟାମେରାରେ କଏଦ । ଧନୁପାଲି ଆଇଆଇସି ଅନୀତା ପ୍ରଧାନଙ୍କୁ ଧକ୍କା ମାରିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଅନ୍ୟପଟେ ଆରଡିସିଙ୍କୁ ଭେଟିଲା ରାଜ୍ୟ ପୋଲିସ ସେବା ସଂଘ । ଜୟ ନାରାୟଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେପଟେ ତାଙ୍କୁ ପୋଲିସ ଧକ୍କା ମାରିଥିବା ପାଲଟା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.