କ୍ଷୀର ଏବଂ ଚିକେନ ପରେ ପାକିସ୍ତାନରେ ପେଟ୍ରୋଲ ଓ ଡିଜେଲ ଦାମରେ ଲାଗିଲା ନିଆଁ, ଲିଟର ପିଛା ୨୭୨ ଟଙ୍କା
ପାକିସ୍ତାନରେ ପେଟ୍ରୋଲ ଓ ଡିଜେଲ ଦାମରେ ଲାଗିଲା ନିଆଁ । ପେଟ୍ରୋଲ ଦାମ୍ ୨୭୨ ଟଙ୍କା ଥିବା ବେଳେ ଡିଜେଲ ଦାମ୍ ୨୮୦ ଟଙ୍କା ରହିଛି। କ୍ଷୀର ଓ ଚିକେନ ପରେ ପୁଣି ପାକିସ୍ତାନରେ ବଢିଲା ଦାମ୍ । ମିନି ବଜେଟ ପରେ ପେଟ୍ରୋଲ ଓ ଡିଜେଲ ଦାମ୍ ବୃଦ୍ଧି କରାଯାଇଛି ।
କ୍ଷୀର ଏବଂ ଚିକେନ ପରେ ପାକିସ୍ତାନରେ ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର । ପାକିସ୍ତାନରେ କ୍ଷୀର ଲିଟର ପିଛା ୨୧୦ ଟଙ୍କା ଏବଂ ଚିକେନ କେଜି ପିଛା ୯୦୦ ଟଙ୍କା ବୃଦ୍ଧି ପାଇଥିଲା । ଏବେ ପେଟ୍ରୋଲ ଦାମ୍ ଲିଟର ପିଛା ୨୭୨ ଟଙ୍କା ହୋଇଛି। ସେହିପରି ଡିଜେଲ ଲିଟର ପିଛା ୨୮୦ ଟଙ୍କାରେ ପହଞ୍ଚିଛି । ଟିକସ ଭାରପ୍ରାପ୍ତ ମିନି ବଜେଟ୍ ଉନ୍ମୋଚନ କରିବାର କିଛି ଘଣ୍ଟା ପରେ ପେଟ୍ରୋଲ ଏବଂ ଗ୍ୟାସ୍ ଦର ବୃଦ୍ଧି ପାଇଛି । ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଆଇଏମଏଫରୁ ଲୋନ କରିଥିବା କାରଣରୁ ମୁଦ୍ରାସ୍ଫୀତି ବୃଦ୍ଧି ହେତୁ ଲୋକମାନେ ଅସୁବିଧାରେ ପଡ଼ୁଛନ୍ତି।
ଖବର ମୁତାବକ, ପାକିସ୍ତାନରେ ପେଟ୍ରୋଲ ଦାମ୍ ୨୨.୨୦ ପଇସା ବୃଦ୍ଧି ପାଇବା ପରେ ୨୭୨ ଟଙ୍କା ଏବଂ ଡିଜେଲ ଦାମ୍ ୧୭.୨୦ ପଇସା ବୃଦ୍ଧି ପାଇବା ପରେ ଦାମ୍ ୨୮୦ ଟଙ୍କା ରହିଛି। ସେହିପରି କିରୋସିନି ଲିଟର ପିଛା ଦର ୨୦୨.୭୩ ପଇସା ରହିଛି। ତେବେ ଆଜିଠାରୁ ଏହି ନୂଆ ଦର ଲାଗୁ ହୋଇଛି । ମିନି ବଜେଟ୍’ ମାଧ୍ୟମରେ ନିଆଯାଇଥିବା ନୂତନ ଆର୍ଥିକ ପଦକ୍ଷେପ ସହିତ ଏହା ବୃଦ୍ଧି ପାଇବ। ଏହି ସମୟରେ ପେଟ୍ରୋଲ ବୃଦ୍ଧି ପରେ ‘ମିନି ବଜେଟ୍’ ପରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ମିନି ବଜେଟ୍ ମାଧ୍ୟମରେ ପାକିସ୍ତାନ ଡେମୋକ୍ରାଟିକ୍ ମୁଭମେଣ୍ଟ (ପିଡିଏମ୍) ଦ୍ୱାରା ପରିଚାଳିତ କେନ୍ଦ୍ର ସରକାର ବଜେଟର ଅଭାବକୁ ହ୍ରାସ କରିବା ଏବଂ ଟିକସ ସଂଗ୍ରହ ଜାଲକୁ ବ୍ୟାପକ କରିବାକୁ ଲକ୍ଷ୍ୟ ରଖାଯାଇଛି।
The government increased on Wednesday the price of petrol by Rs. 22.20 per litre, taking it to Rs. 272 with effect from February 16. It also announced an increase in the prices of high-speed diesel by Rs. 17.20 per litre, taking it to Rs. 280. pic.twitter.com/2xK1CxAzCm
— Startup Pakistan (@PakStartup) February 15, 2023
ସୂଚନାଯୋଗ୍ୟ, କିଛି ଦୋକାନୀ ଖାଲି କ୍ଷୀରର ମୂଲ୍ୟ ୧୯୦ ରୁ ଲିଟର ପିଛା ୨୧୦ କୁ ବୃଦ୍ଧି କରିଛନ୍ତି । ଆଉ ଗତ ଦୁଇ ଦିନ ମଧ୍ୟରେ ବ୍ରଏଲର ଚିକେନ୍ କିଲୋଗ୍ରାମରେ ୩୦-୪୦ ଟଙ୍କା ବୃଦ୍ଧି ପାଇଛି । ଯାହା ପରେ ବ୍ରଏଲର ଚିକେନ୍ର ଦାମ କିଲୋଗ୍ରାମରେ ୪୮୦-୫୦୦ ଟଙ୍କାକୁ ବୃଦ୍ଧି ପାଇଛି । ଏଥି ସହିତ, ଚିକେନ୍ ମାଂସ ବର୍ତ୍ତମାନ କିଲୋଗ୍ରାମରେ ୭୦୦-୭୮୦ ଟଙ୍କାରେ ବିକ୍ରି ହେଉଛି, ଯାହାକି କିଛି ଦିନ ପୂର୍ବରୁ କିଲୋଗ୍ରାମରେ ୬୨୦-୬୫୦ ଟଙ୍କା ଥିଲା । ଆଉ ବୋନଲେସ ଚିକେନ ଦାମ୍ ୯୦୦ ଟଙ୍କା ଉପରେ ରହିଛି ।
କୁକୁଡ଼ାମାନଙ୍କୁ ଦିଆଯାଉଥିବା ଶସ୍ୟ ମଧ୍ୟ ମହଙ୍ଗା ହେଇଛି। ମଣିଷ ଖାଇବାକୁ ପାଉ ନଥିବା ବେଳେ ପାକିସ୍ତାନରେ କୁକୁଡ଼ାମାନଙ୍କୁ ଦିଆଯାଉଥିବା ଶସ୍ୟ ମଧ୍ୟ ମହଙ୍ଗା ହୋଇଛି। ୫୦ କିଲୋଗ୍ରାମ ଶସ୍ୟ ପାଇଁ ୭,୨୦୦ ଟଙ୍କା ଦେବାକୁ ପଡିବ । ଯେଉଁଥିପାଇଁ ଚିକେନ ଦାମ୍ ବୃଦ୍ଧି ପାଉଛି ବୋଲି ଖବର ପ୍ରକାଶିତ ହୋଇଥିଲା ।