ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସିରିଆ ରାଷ୍ଟ୍ରଦୂତ ରିଆଦ୍‌ କାମେଲ ଆବାସ, କିଟ୍‌କୁ କଲେ ପ୍ରଶଂସା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସିରିଆ ରାଷ୍ଟ୍ରଦୂତ ରିଆଦ୍‌ କାମେଲ ଆବାସ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ସିରିଆ ରାଷ୍ଟ୍ରଦୂତ କହିଛନ୍ତି, ଏହା ସୌଜନ୍ୟମୂଳକ ସାକ୍ଷାତକାର ଥିଲା । ମୁଖ୍ୟମନ୍ତ୍ରୀ ଗରିବଙ୍କ ପାଇଁ ଭଲ କାମ କରୁଛନ୍ତି । ଏହା ସହ ସେ କିଟ୍‌କୁ ପ୍ରଶଂସା କରିଛନ୍ତି । କହିଛନ୍ତି, ସେଠାରେ ୩୦ ହଜାର ଆଦିବାସୀ ପିଲା ପାଠ ପଢୁଛନ୍ତି । ତାଙ୍କୁ ଦେଖି ଭଲ ଲାଗିଲା । ଏହା ସହ ଆମେରିକା-ଇରାନ୍‌ ବିବାଦ ସଂପର୍କରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଯେଉଁଠି ଆମେରିକା ଅଛି ସେଠାରେ ବିପଦ ରହିଛି । ମଧ୍ୟପ୍ରାଚ୍ୟ ପାଇଁ ସେମାନଙ୍କ ପଲିସି ଓ ପ୍ରୋଗ୍ରାମ ଫେଲ୍‌ ମାରିଛି ବୋଲି କହିଛନ୍ତି ସିରିଆ ରାଷ୍ଟ୍ରଦୂତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.