Below header

Zini Mobiles ଲଞ୍ଚ କଲା ୩ ଇଞ୍ଚରୁ ବି ଛୋଟ ଫୋନ, ୬ ଦିନରୁ ଅଧିକ ଚାଲିବ ବ୍ୟାଟେରୀ

ଆଜିର ଟେକ୍ନୋଲୋଜି ଯୁଗରେ ପ୍ରାୟ ସମସ୍ତ ସ୍ମାର୍ଟଫୋନ ମେକର କମ୍ପାନୀ ଲାଟେଷ୍ଟ ଫିଚର ସହିତ ମୋବାଇଲ ଆଣିବାକୁ ଚେଷ୍ଟା କରୁଛନ୍ତି ଯେଉଁଥିରେ ଲୋକମାନଙ୍କୁ ଜବରଦସ୍ତ କ୍ୟାମେରା, ପାୱାରକୁଲ ପ୍ରୋସେସର ଏବଂ ବଡ଼ ଡ଼ିସପ୍ଲେ ମଧ୍ୟ ମିଳୁଛି । ଏହିସବୁ ଫିଚର୍ସ ପାଇଁ ବର୍ତ୍ତମାନ ମାର୍କେଟରେ ବଡ଼ ସାଇଜ ମୋବାଇଲର ଟ୍ରେଣ୍ଡ ସେଟ ହୋଇଯାଇଛି । ତେବେ ନିକଟରେ ଲୋକପ୍ରିୟ କମ୍ପାନୀ ଜିନି ମୋବାଇଲ ଏହି ଟ୍ରେଣ୍ଡଠାରୁ ଟିକେ ହଟକେ ହୋଇ ଗ୍ଲୋବାଲ ଲେବୁଲରେ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ସବୁଠାରୁ ଛୋଟ ଫୋନ ଲଞ୍ଚ କରିଛି ଯାହାର ନାମ ହେଉଛି ତାହେଲେ ଆସନ୍ତୁ ଜାଣିବା Zanco Tiny T2ର ଦାମ ଓ ସ୍ପେସିଫିକେସନ ବିଷୟରେ ।

Image result for zini-mobiles-launch-world-smallest-phone-zanco-tiny-t2-know-price-and-specifications

Zanco Tiny T2ର ଦର

କମ୍ପାନୀ ଏହି ଫୋନ ପାଇଁ କିସ୍ଟାର୍ଟର କ୍ୟାମ୍ପେର୍ନ ଆରମ୍ଭ କରିଛି । ଏହି କ୍ୟାମ୍ପେନ ଦ୍ୱାରା ଗ୍ରାହକମାନେ ଏହି ଫୋନକୁ ମାତ୍ର ୭୯ ଡଲାରରେ କିଣିପାରିବେ । ସୂଚନା ଅନୁଯାୟୀ କମ୍ପାନୀ ଏହି ଫୋନକୁ ଅତିଶୀଘ୍ର ଭାରତ, ନେପାଳ, ୟୁକେ ଏବଂ ଜାପାନ ମାର୍କେଟରେ ଲଞ୍ଚ କରିବ ।

Zanco Tiny T2ର ସ୍ପେସିଫିକେସନ

Related image

ଯଦି ଆମେ ଫିଚର୍ସ ଉପରକୁ ଆସିବା ତାହେଲେ ୟୁଜର୍ସମାନଙ୍କୁ ଏହି ଡିଭାଇସରେ ୨.୪ ଇଞ୍ଚର ଡ଼ିସପ୍ଲେ ମିଳିବ ଯାହାର ଚୌଡା ରହିବ ୧.୮ଇଞ୍ଚ । ଏହାସହିତ ଭଲ ପରଫରମାନ୍ସ ପାଇଁ ଏହି ଫୋନରେ ମାଇକ୍ରୋ ଏସଡି କାର୍ଡ ସ୍ଲଟ ଦିଆଯାଇଛି । ଯାହାକୁ 32GB ପର୍ଯ୍ୟନ୍ତ ବଢାଯାଇପାରିବ । ଏହା ବ୍ୟତୀତ ୟୁଜର୍ସ ମାନଙ୍କୁ ଏହି ଫୋନରେ କିଛି ଟ୍ରେଣ୍ଡିଙ୍ଗ ଗେମ୍ସର ସପୋର୍ଟ ମଧ୍ୟ ମିଳିବ ।

Image result for zini-mobiles-launch-world-smallest-phone-zanco-tiny-t2-know-price-and-specifications

କମ୍ପାନୀ ଏହି ଫୋନରେ ରିୟର କ୍ୟାମେରା ମଧ୍ୟ ଦେଇଛି ଯାହାକି 0.3 ମେଗାପିକ୍ସେଲ ସେନ୍ସର ଏବଂ ଫ୍ଲାସ ଲେସ ଅଟେ । ୟୁଜର୍ସମାନେ ଏହି କ୍ୟାମେରାରେ ଭିଡିଓ ରେକର୍ଡିଙ୍ଗ ମଧ୍ୟ କରିପାରିବେ । ଅନ୍ୟପଟେ ଏହି ଫୋନ ମନୋରଞ୍ଜନ ପାଇଁ Mp3 ଓ Mp4 ପ୍ଲାଟଫର୍ମକୁ ସପୋର୍ଟ କରିଥାଏ । ଏହିସବୁକୁ ବାଦ ଦେଲେ କମ୍ପାନୀ ଏହି ଡିଭାଇସରେ କନେକ୍ଟିଭିଟି ପାଇଁ ବ୍ଲୁଟୁଥ, 5000 Mahର ବ୍ୟାଟେରୀ ଏବଂ 3G କନେକ୍ଟିଭିଟି ଭଳି ଫିଚର୍ସ ମଧ୍ୟ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.