Below header

୪୦ହଜାର ଟଙ୍କା ନେଉଥିଲେ ଲାଞ୍ଚ, ଏବେ ହେଲେ ଗିରଫ

କନ୍ଧମାଳ (କେନ୍ୟୁଜ) : ଲାଞ୍ଚ ନେଇ ତହସିଲଦାର ଗିରଫ । କନ୍ଧମାଳ ଜିଲ୍ଲା ରାଇକିଆ ତହସିଲଦାର ଚକ୍ରଧର ପାଢୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ୪୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ । ରାଇକିଆ ତହସିଲଦାର ଚକ୍ରଧର ପାଢୀ ଜଣେ ବ୍ୟକ୍ତିଙ୍କ ଠାରୁ ୪୦ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଯାହା ତାଙ୍କୁ ଏବେ ପଡିଛି ମାହାଙ୍ଗା।

ସୂଚନା ଅନୁଯାୟୀ ଏକ ଜବତ ଟ୍ରାକ୍ଟରକୁ ଛାଡିବା ପାଇଁ ମଣ୍ଡାକିଆର ସେନାପତିଙ୍କ ଠାରୁ ଲାଞ୍ଚ ନେଉଥିଲେ ରାଇକିଆ ତହସିଲଦାର । ଠିକଣା ସମୟରେ କାବୁ କରିଛି ଭିଜିଲାନ୍ସ । ପୂର୍ବରୁ ମଧ୍ୟ ତହସିଲଦାରଙ୍କ ନାମରେ ଅନେକ ପ୍ରକାରର ଅଭିଯୋଗ ଆସିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.