ଯାଜପୁର : ଇଦ ଉଲ ମିଲାଦ ଅବସରରେ ତାଜିଆ ଶୋଭାଯାତ୍ରା

ଯାଜପୁର (କେନ୍ୟୁଜ୍) : ଆଜି ମୁସଲମାନ ଭାଇମାନଙ୍କ ପବିତ୍ର ଇଦ ଉଲ ମିଲାଦ ପର୍ବ ତଥା ମହାପୁରୁଷ ମହମ୍ମଦଙ୍କ ଜନ୍ମ ତିଥି। ଏନେଇ ଯାଜପୁର ଜିଲ୍ଲାରେ ଆନନ୍ଦ ଉତ୍ସାହର ସହ ପାଳିତ ହୋଇଯାଇଛି ଏହି ପର୍ବ। ସକାଳୁ ସକାଳୁ ମୁସଲମାନ ସମ୍ପ୍ରଦାୟର ଭାଇ ନୂତନ ବସ୍ତ୍ର ପରିଧାନ କରି ତାଜିଆ ଶୋଭାଯାତ୍ରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ବିଶେଷ କରି ଜିଲ୍ଲାର ବ୍ରହ୍ମବରଦା, ଧର୍ମଶାଳା, ଚୋରମୁହାଁ, ଚହଟା, ବଡ଼ମଙ୍ଗଳପୁର, ନେଉଳପୁର ଆଦି ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ତାଜିଆ ସାଙ୍ଗକୁ ଶୋଭାଯାତ୍ରାରେ ବିଭିନ୍ନ ଛକ ବଜାର ପରିକ୍ରମା କରାଯାଇଥିଲା। ପରେ ମଜାର ପଡିଆ ଠାରେ ସମବେତ ହୋଇ ଉତ୍ସବକୁ ଆନନ୍ଦ ସହକାରେ ପାଳନ କରିଥିଲେ। ମହାପୁରୁଷ ମହମ୍ମଦଙ୍କ ନୀତି ଓ ବାଣୀର ପ୍ରଚାର ପ୍ରସାର କରିବା ଏହି ଦିବସର ମୂଳ ଉଦେଶ୍ୟ ବୋଲି ମୁସଲମାନ ଭାଇମାନେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.