କାଙ୍ଗାଳ ହୋଇଗଲା ଡ୍ରଗ୍ସ କିଙ୍ଗ ଟକ୍ଲୁ ରାଜା: ସମ୍ପତ୍ତି ବାଜ୍ୟାପ୍ତି ପାଇଁ STFକୁ ମିଳିଲା ଅନୁମତି

ବାଲେଶ୍ବର(କେନ୍ୟୁଜ୍): ଡ୍ରଗ୍ସ କିଙ୍ଗ ଟକ୍ଲୁ ରାଜାର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ମିଳିଲା ଅନୁମତି । ଅନୁମତି ଦେଲେ କୋଲକାତା ସ୍ଥିତ କୋଲକାତା କମିଟେଣ୍ଟ ଅଥରିଟି । ଡ୍ରଗ୍ସ କିଙ୍ଗର ୨ କୋଟି ସମ୍ପତି ବାଜ୍ୟାପ୍ତି ପାଇଁ STF ମାଗିଥିଲା ଅନୁମତି । ଏଥିରେ ରହିଛି ବାଲେଶ୍ୱର ଜିଲ୍ଲାରେ ଥିବା ୧୯ ଟି ପ୍ଲଟ ଏବଂ ୨୦ ଲକ୍ଷ ଟଙ୍କାର ଅସ୍ଥାବର ସମ୍ପତ୍ତି ।
ପୁଅ, ଝିଅ ଏବଂ ମାମୁଁଙ୍କ ସହ ନିଜ ନାଁରେ କୋଟି କୋଟି ଟଙ୍କାର ସମ୍ପତ୍ତି କିଣିଥିଲା ଟକ୍ଲୁ ରାଜା । ପୂର୍ବରୁ ଡ୍ରଗ୍ସ କାରବାର ନେଇ ଜେଲଯାଇଛି ସେକ ସମୁରିଦିନ ଓରଫ ଟକଲୁ ରାଜା । ଟକ୍ଲୁ ରାଜା ଜଳେଶ୍ୱର ଅଞ୍ଚଳର କୁଖ୍ୟାତ ବ୍ରାଉନସୁଗର ବେପାରୀ