Below header

ତାଳଚେର ବିଧାୟକ ବ୍ରଜ ପ୍ରଧାନ ଗିରଫ

ତାଳଚେର(କେନ୍ୟୁଜ୍): ତାଳଚେର ବିଧାୟକ ବ୍ରଜ ପ୍ରଧାନ ଗିରଫ। ତାଳଚେର ଭାଲୁଗାଡ଼ିଆରେ ଏମସିଏଲର ହିଙ୍ଗୁଳା ଜମି ଅଧିଗ୍ରହଣ ସମୟରେ ବିରୋଧ ଅଭିଯୋଗରେ ବିଧାୟକ ଗିରଫ ହୋଇଛନ୍ତି। ଦୀର୍ଘ ଦିନରୁ ସରକାରୀ ସ୍ତରରେ ଜମି ଅଧିଗ୍ରହଣ ପ୍ରକ୍ରିୟା ତ୍ୱରାନ୍ଵିତ କରାଯାଇଥିବା ବେଳେ ସ୍ଥାନୀୟ ଲୋକେ ବିଭିନ୍ନ ଦାବି ନେଇ ବିରୋଧ କରିଆସୁଥିଲେ। ଜମି ବଦଳରେ ଅନ୍ୟତ୍ର ସେମାନଙ୍କୁ ଜମି ପ୍ରଦାନ ନେଇ ସ୍ଥାନୀୟ ଲୋକେ ଦାବି କରିଆସୁଥିଲେ। ତେବେ ଏନେଇ କୌଣସି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ ବଦଳରେ ଆଜି ପ୍ରଶାସନିକ ଅଧିକାରୀମାନେ ଭାଲୁଗାଡ଼ିଆ ଅଞ୍ଚଳରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲେ। ଏହାକୁ ଅଞ୍ଚଳବାସୀ ବିରୋଧ କରିବା ପରେ ସେମାନଙ୍କ ସମର୍ଥନରେ ବିଧାୟକ ବ୍ରଜ କିଶୋର ପ୍ରଧାନ ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରିଥିଲେ। ଶତାଧିକ ଆନ୍ଦୋଳନକାରୀଙ୍କ ସମେତ ବିଧାୟକଙ୍କୁ ଗିରଫ କରିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.