ବେବୋଙ୍କୁ ଡେଟ୍‌ରେ ଡାକିଲେ କରଣ ଜୋହର, ତ ମିଳିଲା ଏଭଳି ଜବାବ…

ବଲିଉଡ୍‌ର ଆଗଧାଡ଼ିର ସିନେମା ନିର୍ମାତା କରଣ ଜୋହର ଓ କରୀନା କପୁର ଖୁବ୍‌ ଉତ୍ତମ ବନ୍ଧୁ। ବିଭିନ୍ନ ଉତ୍ସବରେ ଉଭୟଙ୍କ ମିଳାମିଶା ଓ କଥାବାର୍ତ୍ତାରୁ ଏହା ସ୍ପଷ୍ଟ ବାରି ହୋଇପଡ଼େ। ତେବେ ନିକଟରେ କରଣ ଓ କରୀନାଙ୍କ ଭେଟ ହୋଇଥିଲା। ଏହି ଦେଖା ବେଳେ କରଣ ବେବୋଙ୍କୁ ମୁଭି ଡେଟ୍‌ରେ ଯିବାକୁ ଡାକିଥିଲେ। ଏହି ନିମନ୍ତ୍ରଣର ଉତ୍ତରରେ କରୀନା ମଜାଳିଆ ଜବାବ ରଖିଥିଲେ। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ଏହାସହ ପଢ଼ନ୍ତୁ: ରାଜ୍‌ ଖୋଲିଲେ ବିିରାଟ, କହିଲେ ଅନୁଷ୍କାଙ୍କ ସହ ଏହି ସ୍ଥାନକୁ ଯିବାକୁ ଇଚ୍ଛା କରନ୍ତି

କରୀନା କପୁର ନିଜ ଅଫିସିଆଲ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ସେ ମୋବାଇଲ୍‌ରେ କିଛି କରୁଥିବା ଦେଖିବାକୁ ମିଳିଛି। ଏହି ସମୟରେ କରଣ ଜୋହର ତାଙ୍କୁ ମୁଭି ଡେଟ୍‌ରେ ଯିବାକୁ ନିମନ୍ତ୍ରଣ କରିଥିଲେ। ମାତ୍ର କରୀନା ତାଙ୍କୁ କଭି ଖୁସି କଭି ଗମ୍‌ ଫିଲ୍ମର ପୂଜା ବା ‘ପୂ’ ଅନ୍ଦାଜରେ ଦେଇଥିଲେ ଏଭଳି ଉତ୍ତର…

ଦେଖନ୍ତୁ ଭିଡିଓ:

 

View this post on Instagram

 

A post shared by Kareena Kapoor Khan (@therealkareenakapoor) on


ସୂଚନାଯୋଗ୍ୟ ଯେ, କରୀନା କପୁରଙ୍କୁ କରଣ ଜୋହରଙ୍କ ଆଗାମୀ ଫିଲ୍ମ ‘ତଖତ୍‌’ରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ କରୀନାଙ୍କ ସମେତ ରଣବୀର ସିଂହ, ଅନୀଲ କପୁର, ଭୂମି ପେଡନେକର, ବିକି କୌଶଲ, ଜାହ୍ନବୀ କପୁର ଓ ଆଲିଆ ଭଟ୍ଟ ମଧ୍ୟ ନଜର ଆସିବେ। ଏଥିସହ ତାଙ୍କୁ ଅକ୍ଷୟ କୁମାରଙ୍କ ସହ ଗୁଡ ନ୍ୟୁଜ୍‌ ଏବଂ ଅଂଗ୍ରେଜୀ ମିଡିୟମ୍‌ରେ ଇରଫାନ୍‌ଙ୍କ ସହ ଦେଖିବାକୁ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.