Below header

ପାଞ୍ଚଟି ବାଟାଲିଅନରେ କାର୍ଯ୍ୟକ୍ଷମ ହେବ ଇ-ଅଫିସ : ଡିଜିପି

ଭୁବନେଶ୍ବର(କେନ୍ୟୁଜ୍): ପାଞ୍ଚଟି ବାଟାଲିଅନରେ କାର୍ଯ୍ୟକ୍ଷମ ହେବ ଇ- ଅଫିସ । ଢେଙ୍କାନାଳ, ମାଲକାନଗିରି, କଟକ, ଖୋର୍ଦ୍ଧା ଓ ରାଉରକେଲା ବାଟାଲିଅନକୁ ଇ- ଅଫିସ ବ୍ୟବସ୍ଥାରେ ଯୋଡ଼ି ଆଧୁନିକୀକରଣ କରାଯିବ। ମାର୍ଚ୍ଚ ସୁଦ୍ଧା ଏହି ବାଟାଲିଅନକୁ ଇ ଅଫିସ ବ୍ୟବସ୍ଥାରେ ସାମିଲ କରାଯିବ। ଅତ୍ୟାଧୁନିକ ଜ୍ଞାନ କୌଶଳକୁ ବ୍ୟବହାର ଗୁରୁତ୍ୱ ଦିଆଯିବ। ତେବେ ମଲକାନଗିରି ବାଟାଲିଅନରୁ ଏହାର ଆରମ୍ଭ ହୋଇଛି। ଏହାର ଆଧୁନିକୀକରଣ ପାଇଁ ଅନ୍ୟ ରାଜ୍ୟ ଓ ଦେଶକୁ ଅନୁସରଣ କରାଯାଉଥିବା କହିଛନ୍ତି ପୋଲିସ ଡିଜି ବିକେ ଶର୍ମା। ଏହାସହ ଆଇନ ଶୃଙ୍ଖଳା ପରିସ୍ଥିତି ଓ ବାଟାଲିଅନର ସମସ୍ୟା ନେଇ ମଧ୍ୟ ଆଲୋଚନା କରାଯାଇଛି। କେଉଁ ସମୟରେ କେଉଁ ୟୁନିଫର୍ମ ପିନ୍ଧିବେ ସେ ନେଇ ମଧ୍ୟ ଆଲୋଚନା ହୋଇଥିବା ଡିଜିପି କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.