ଜାଣନ୍ତୁ ଶୀତଦିନେ ମାଛ ଖାଇବା କାହିଁକି ଶରୀର ପାଇଁ ଲାଭକାରୀ ହୋଇଥାଏ

ମାଛ ଖାଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏଥିରେ ଭିଟାମିନ୍, ମିନେରାଲ୍ସ ଏବଂ ଅନେକ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ । ଯାହା ଶରୀରକୁ ଅନେକ ପ୍ରକାରର ରୋଗରୁ ରକ୍ଷା କରିଥାଏ । ଶୀତ ଦିନେ ଏହାକୁ ଖାଇବା ଦ୍ୱାରା ଆପଣଙ୍କ ଶରୀର ଅନେକ ପ୍ରକାରର ସଂକ୍ରମଣରୁ ଦୂରରେ ରହିଥାଏ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଶୀତ ଦିନେ ମାଛ ଖାଇଲେ ଶରୀରରେ କେଉଁ ସବୁ ଫାଇଦା ମିଳିଥାଏ।

. ମାଛର ଚର୍ମ ଗରମ ହୋଇଥିବାରୁ ଶୀତ ଦିନେ ଏହାକୁ ଖାଇବା ଦ୍ୱାରା ଆପଣଙ୍କ ଶରୀର ଗରମ ରହିଥାଏ । ଏହା ଦ୍ୱାରା ଥଣ୍ଡା ହେବାର ସମସ୍ୟା ହୋଇ ନଥାଏ ।

. ୧୦୦ଗ୍ରାମ୍ ମାଛରେ ୧୧୬କ୍ୟାଲୋରୀ ଓ ୨୦ଗ୍ରାମ ପ୍ରୋଟିନ୍ ରହିଥାଏ । ଏହା ସହ କୌଣସି ପ୍ରକାରର ମାଛରେ ଓମେଗା-୩ ଫ୍ୟାଟି ଏସିଡ଼୍ ଏବଂ ଭିଟାମିନ୍ ଡ଼ି ଭରପୂର ମାତ୍ରରେ ରହିଥାଏ । ଯାହା ଶରୀରକୁ ଅନେକ ପ୍ରକାରର ରୋଗରୁ ରକ୍ଷା କରିଥାଏ ।

Fish. ମାଛକୁ ସକାଳ ସମୟରେ ବା ମଧ୍ୟାହ୍ନ ସମୟରେ ଖାଇବା ଦରକାର । ଯାହାଦ୍ୱାରା ମାଛ ସହଜରେ ହଜମ ହୋଇ ପାରିଥାଏ । ମାଛର ସେବନ ଦିନରେ ଥରେ ଏବଂ ସପ୍ତାହକୁ ଦୁଇ ଥର କରିବା ଉଚିତ।

. ଏକ ଗବେଷଣା ଅନୁଯାୟୀ, ଯେଉଁମାନେ ସପ୍ତାହକୁ ଥରେ ମାଛ ଖାଇଥାନ୍ତି,ସେମାନଙ୍କ ପାଖରେ ସ୍ତନ କର୍କଟ ଏବଂ ପ୍ରୋଷ୍ଟେଟ୍ କର୍କଟ ରୋଗ ହେବାର ଆଶଙ୍କା କମ ହୋଇଥାଏ ।

. ମାଛ ଖାଇବା ଦ୍ୱାରା ମସ୍ତିଷ୍କ ଚଞ୍ଚଳ ହୋଇଥାଏ । ଏହା ସହ ମାନସିକ ବିକାର ହେବା ଆଶଙ୍କା କମ ହୋଇଥାଏ । ମାଛରେ ଥିବା ପ୍ରୋଟିନ୍ ପାଇଁ ମସ୍ତିଷ୍କରେ ନୂଆ କୋଷିକା ନିର୍ମାଣ ହୋଇଥାଏ, ଯାହାଦ୍ୱାରା ସ୍ମରଣଶକ୍ତି ବଢ଼ିଥାଏ ।

ଏହାସହ ପଢନ୍ତୁ: ମଦ ନ ପିଇ ମଧ୍ୟ ହେଉଛି ଏହି ଗମ୍ଭୀର ରୋଗ, ଯାହା ଦେଖିବା ପରେ ଡାକ୍ତରମାନେ ହୋଇଗଲେ ଆଶ୍ଚର୍ଯ୍ୟ

. ଏଥିରେ କମ୍ କ୍ୟାଲୋରୀ ଥିବାରୁ ଏହା ଶରୀରରେ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିଥାଏ । ଯାହାଦ୍ୱାରା ହୃଦ୍ଜନିତ ସମସ୍ୟା ଦେଖାଯାଇ ନଥାଏ।

. ମାଛରେ ଫ୍ୟାଟ୍ କମ ଥିବାରୁ ଏହା ଉଚ୍ଚ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.