ମାତ୍ର ୩୨ ମିନିଟ୍‌ରେ ବୋହିନେଇଗଲେ ୧୦୦ କିଲୋ ସୁନା ଏବଂ ୬୦୦ କିଲୋ ରୂପା

ଦୀପାବଳି ପରଦିନ ଅର୍ଥାତ୍‌ ସୋମବାର ଦିନ ମାତ୍ର ୩୨ ମିନିଟରେ ଉଭାନ ହୋଇଗଲା ୧୦୦ କିଲୋ ସୁନା ଏବଂ ୬୦୦ କିଲୋ ରୂପା। ଶୁଣି ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ, ଏହାକୁ କେହି ଚୋରି କରିନାହାନ୍ତି କି ଗାଏବ ହୋଇନାହିଁ। ଏହାକୁ ଲୋକେ କିଣି ନେଇଛନ୍ତି।

gg

ଦୀପାବଳି ପରଦିନ ମୁହୂର୍ତ୍ତ ଟ୍ରେଡିଂର ଶୁଭ ଅବସରରେ ମହଙ୍ଗା ଧାତୁ କିଣିବା ଶୁଭ ବୋଲି ମନାଯାଏ। ଏଥିପାଇଁ ପ୍ରତିବର୍ଷ ପରି ଇଣ୍ଡିଆନ ବୁଲିଅନ ଆଣ୍ଡ ଜୁଏଲର୍ସ ଆସୋସିଏସନ(IBJA) ପକ୍ଷରୁ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଏ। ଏହି ଅବସରରେ ମାତ୍ର ୩୨ ମିନିଟରେ ୧୦୦ କିଲୋ ସୁନା ଏବଂ ୬୦୦ କିଲୋ ରୂପା ବିକ୍ରି ହୋଇଛି। ଗତ ବର୍ଷ ତୁଳନାରେ ଚଳିତବର୍ଷ ଅଧିକ ବିକ୍ରି ହୋଇଥିବା କଥା ଆଇବିଜେଏର ରାଷ୍ଟ୍ରୀୟ ସଚିତବ ସୁରେନ୍ଦ୍ର ମେହେତା ସୂଚନା ଦେଇଛନ୍ତି।

ଏହାସହ ପଢ଼ନ୍ତୁ ; ବଢ଼ିଲା ଭାରତର UPI ତାକତ, ଏବେ ସାରା ଦୁନିଆକୁ କରିପାରିବେ ମନି ଟ୍ରାନ୍ସଫର

silver

ମୁହୂର୍ତ୍ତ ଟ୍ରେଡିଂ ସମୟରେ ୨୪ କ୍ୟାରେଟ ସୁନା ମୂଲ୍ୟ ୩୮,୬୬୬(୧୦ ଗ୍ରାମ) ରହିଥିଲା। କିନ୍ତୁ ଏହି ଦାମ ଧନତେରାସ ଦିନ ୩୮,୭୨୫ ଟଙ୍କା ଥିଲା। ସେହିପରି ରୂପା କିଲୋ ପ୍ରତି ୪୬,୭୫୧ ଟଙ୍କା ରହିଥିଲା। ଏହି ମୁହୂର୍ତ୍ତ ଟ୍ରେଡିଂ ୧୧.୫୬ରୁ ଆରମ୍ଭ ହୋଥିଲା ଏବଂ ୧୨.୨୮ ପର୍ଯ୍ୟନ୍ତ ଚାଲିଥିଲା।
ଦୀପାବଳି ପରଦିନ ହିନ୍ଦୁ ନବବର୍ଷ ଆରମ୍ଭ ହୋଇଥାଏ। ତେଣୁ କାରବାରରେ ନୂଆ ହିସାବ କରାଯାଏ। ଏଥିପାଇଁ ସୋମବାର ଦିନ ଶେୟାର ବଜାର ବନ୍ଦ ରହିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.