Below header

ତପସ୍ୱିନୀ-ସୁମିତଙ୍କ ପାରିବାରିକ ବିବାଦ ମାମଲାରେ ନୂଆ ମୋଡ଼: ସ୍ୱାମୀ ଫେରାର ନେଇ ଅଭିଯୋଗ ଆଣିଲେ ତପସ୍ୱିନୀ

କେନ୍ୟୁଜ୍(ବ୍ୟୁରୋ): ବ୍ରହ୍ମପୁରର ତପସ୍ୱିନୀ ଦାସ ଓ ତାଙ୍କ ସ୍ୱାମୀ ସୁମିତଙ୍କ ପାରିବାରିକ ବିବାଦ ମାମଲାରେ ନୂଆ ମୋଡ଼ । ସ୍ୱାମୀ ଫେରାର ହୋଇଯାଇଥିବା ସାଂଘାତିକ ଅଭିଯୋଗ ଆଣିଛନ୍ତି ପତ୍ନୀ ତପସ୍ୱିନୀ ।  ସକାଳୁ ଫେରର ଥିବା କହିଛନ୍ତି ତପସ୍ୱିନୀ  । ପ୍ରଥମେ ସାତ ଦିନ ପାଇଁ ସୁମିତ ଓ ତପସ୍ୱିନୀଙ୍କୁ ଏକାଠି ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।ଗତକାଲି ମଧ୍ୟ ଏକାଠି ରହିବାକୁ ପରାମର୍ଶ ଦେଇଥିଲେ କୋର୍ଟ । ହେଲେ ଆଜି ସକାଳୁ ଫେରାର ନେଇ ଅଭିଯୋଗ ଆଣିଛନ୍ତି ପତ୍ନୀ ତପସ୍ୱିନୀ ।

ଗତକାଲି  ସେମାନଙ୍କର ୭ ଦିନ ପୁରିଥିବା ବେଳେ  ଶୁଣାଣି ହେବାକୁ ଥିବା ପିଟିସନର କାଉଣ୍ଟର ପାଇଁ ସାତ ଦିନ ସମୟ ମାଗିଥିଲେ ପ୍ରତିପକ୍ଷ ଓକିଲ । ଏନେଇ ସୂଚନା ଦେଇଛନ୍ତି ତପସ୍ୱିନୀଙ୍କ ଓକିଲ । ଗତ ୩ ତାରିଖରେ ବ୍ରହ୍ମପୁର ଏସଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏକାଠି ରହୁଥିଲେ ତପସ୍ୱିନୀ ଓ ସୁମିତ ।କୋର୍ଟଙ୍କ ନିର୍ଦ୍ଦେଶରେ ସେମାନେ ଏକାଠି ରହିବା ମଧ୍ୟରେ ଉଭୟଙ୍କ ଭିତରେ ବୁଝାମଣା ଓ ସଂପର୍କ ନେଇ ପ୍ରତିଦିନ ରିପୋର୍ଟ ପ୍ରଦାନ କରାଯାଉଥିଲା। କୋର୍ଟରେ ରିପୋର୍ଟ ପ୍ରଦାନ କରୁଥିଲେ ଆସିକା ଥାନା ଅଧିକାରୀ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.