Below header

ଦମ୍ପତିଙ୍କ ସହ ମହିଳାଙ୍କ ହୋଇଗଲା ପ୍ରେମ, ତିନି ଜଣ ମିଶି ଗଢ଼ିଲେ ଘର

ନୂଆଦିଲ୍ଲୀ : କଥାରେ ଅଛି ପ୍ରେମ ଅନ୍ଧ । କେତେବେଳେ କାହା ସହ ମନ ମିଶିଯିବ କହିବା ମୁସ୍କିଲ୍‌ । ଏମିତିକା ପ୍ରେମ ହୋଇଗଲା ଜଣେ ଅବିବାହିତ ଯୁବତୀଙ୍କୁ । ତାହା ପୁଣି କେଉଁ ଯୁବକଙ୍କୁ ନୁହେଁ, ଜଣେ ବିବାହ କରିବାକୁ ଯାଉଥିବା ଯୁବତୀଙ୍କୁ । ଉକ୍ତ ଡାକ୍ତର ଓ ତାଙ୍କ ଭାବି ପତ୍ନୀଙ୍କ ଠାରେ ଏହି ଯୁବତୀଙ୍କ ମନ ଲାଗିଯିବାରୁ ସାଙ୍ଗ ହୋଇ ତିନିହେଁ ରହିଛନ୍ତି ଏକାଠି । ଏହି ଘଟଣା ଆମେରିକାର ନ୍ୟୁଓ୍ଵର୍କ ସହରର । ଏଠାକାର ଜଣେ ୨୬ ବର୍ଷୀୟା ନର୍ସ ରେବେକା ବୋନୋଙ୍କୁ ତାଙ୍କ ସହ କାମ କରୁଥିବା ଜଣେ ୨୯ ବର୍ଷୀୟ ଯୁବକ ଡା. ମାର୍ଟ କାଲଙ୍କ ସହ ପ୍ରେମ ହୋଇଗଲା ।

ପରେ ରେବେକାଙ୍କୁ ଜଣାପଡ଼ିଥିଲା ଯେ ମାର୍ଟକାଲଙ୍କର ନିର୍ବନ୍ଧ ହୋଇସାରିଛି ଓ ସେ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ତା’ପରେ ରେବେକା ତାଙ୍କର ଭାବି ପତ୍ନୀଙ୍କ ସହ ଦେଖା କରିବାକୁ ଚାହିଁଲେ । ମାତ୍ର ଯେତେବେଳେ ୩ ଜଣଙ୍କର ଭେଟ ହେଲା ରେବିକା ଆଶା କରିନଥିଲେ ଯେ ତାଙ୍କ ଜୀବନ ଏପରି ବଦଳିଯିବ । ସେ ଭଲ ପାଉଥିବା ମାର୍ଟକାଲଙ୍କୁ ବିବାହ କରିପାରିବେ ।

କରୋନା ଲକଡାଉନରେ ସବୁ କାମ କାର୍ଯ୍ୟ ବନ୍ଦ ଥିବାରୁ ୩ ଜଣ ପ୍ରାୟ ମିଶୁଥିଲେ । ସେମାନଙ୍କ ଭିତରେ ଏପରି ବନ୍ଧୁତା ଆସିଯାଇଥିଲା ଯେ କେହି କାହାକୁ ଛାଡ଼ି ରହିପାରୁନଥିଲେ । ଯେତେବେଳେ ମାର୍ଟକାଲଙ୍କ ବିବାହ ହେବାକୁ ଗଲା । ସେତେବେଳେ ରେବେକା ତାଙ୍କ ବିବାହରେ ଯୋଗ ଦେବାକୁ ଯିବେ କି ନାହିଁ ଚିନ୍ତା କରୁଥିଲେ ।

ହେଲେ ଏହି କଥାର ପରିସମାପ୍ତି ଘଟିଲା ଯେତେବେଳେ ଦମ୍ପତି ଦୁହେଁ ତାଙ୍କୁ ସାଙ୍ଗରେ ରଖିବାକୁ ସମ୍ମତି ପ୍ରକାଶ କଲେ । ପ୍ରଥମେ ଏହି କଥାକୁ ରେବେକାଙ୍କ ଘର ଲୋକ ଗ୍ରହଣ କରୁନଥିଲେ । ହେଲେ ଯେତେବେଳେ ଜାଣିଲେ ଯେ ତାଙ୍କ ଝିଅ ଏଠାରେ ଖୁସିରେ ରହୁଛନ୍ତି । ପରିବାର ଲୋକେ ମଧ୍ୟ ଏଥିରେ ସମ୍ମତି ପ୍ରକାଶ କଲେ । ଶେଷରେ ରେବେକା ସବୁଦିନ ପାଇଁ ଉକ୍ତ ଦମ୍ପତିଙ୍କ ଘରକୁ ଚାଲି ଆସିଲେ । ଏବେ ୩ ଜଣ ସାଙ୍ଗ ହୋଇ ରହୁଛନ୍ତ । ଏଥିପାଇଁ ମାର୍ଟକାଲଙ୍କ ପତ୍ନୀ ମଧ୍ୟ ସ୍ୱୀକୃତି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.