ବିଲେଇକୁ ହଇରାଣ କରିବାରେ ବ୍ୟସ୍ତ ଏହି ମୂଷା, ଖୁବ ଜୋରରେ ଭିଡ଼ିଓ ହେଉଛି ଭାଇରାଲ

ଆପଣ ସମସ୍ତେ ଜାଣିଛନ୍ତି ବିଲେଇର ଶିକାର ହେଉଛି ମୂଷା। ଏମିତିକି ଅନେକ ସମୟରେ ଏମାନଙ୍କ ଝଗଡ଼ା ଭିଡ଼ିଓ ଭାଇରାଲ ମଧ୍ୟ ହୋଇଥାଏ। କିନ୍ତୁ ଆଜି ଆମେ ଯେଉଁ ଭାଇରାଲ ଭିଡ଼ିଓ ସମ୍ପର୍କରେ କହିବୁ ତାହା ଆପଣ ପୂର୍ବରୁ କେବେ ଦେଖି ନଥିବେ।

ଏଠି ଶିକାର ପଛରେ ଶିକାରୀ ଦୌଡୁ ନାହିଁ। ଏହି ଭିଡ଼ିଓ ଏବେ ଖୁବ ଭାଇରାଲ ହେଉଛି। ଏଠି ବିଲେଇ ମୂଷା ପଛରେ ନୁହେଁ ବରଂ ମୂଷା ବିଲେଇ ପଛରେ ଧାଉଁଛି। ଏପରି କହି ପାରିବା ଯେ ମୂଷା ବିଲେଇକୁ ଡରାଇବା ଚେଷ୍ଟା କରୁଛି। ଠିକ ସେହିପରି ଯେମିତି ଟିଭିରେ ଟମ ଆଣ୍ଡ ଜେରି ସୋ। ଦେଖନ୍ତୁ ଥରେ ଏହି ଭିଡ଼ିଓ..

 

View this post on Instagram

 

A post shared by Thecutecatvideos (@thecutecatvideoss)

ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଏଠାରେ ଛୋଟ ମୂଷା ବିଲେଇ ପଛରେ ଦୌଡ଼ି ତାକୁ ନାକେଦମ କରି ଚାଲିଛି। ୟୁଜର୍ସଙ୍କୁ ଭିଡ଼ିଓଟି ଦେଖି ଖୁବ ମଜା ଲାଗୁଛି । ଏମିତି ଲାଗୁଛି ସତେ ଯେମିତି ବିଲେଇ ଛୋଟ ମୂଷାକୁ ଦେଖି ଭୟ କରୁଛି। ବିଲେଇ ଡରି ଦୂରେଇ ଯାଉଥିବା ବେଳେ ମୂଷା ତା ପଛରେ ଗୋଡାଇ ଚାଲିଛି। ଖୋଜି ଖୋଜି ତାକୁ ହଇରାଣ କରି ଚାଲିଛି।

ଏହି ଭିଡ଼ିଓକୁ ଇନଷ୍ଟାଗ୍ରାମ ପେଜରେ ସେୟାର କରାଯାଇଛି। ଇନଷ୍ଟାଗ୍ରାମରେ thecutecatvideoss ନାମକ ପେଜ ଏହି ଭିଡ଼ି ଓକୁ ସେୟାର କରି ଛି। ଏବେ ପର୍ଯ୍ୟନ୍ତି ଭିଡ଼ିଓକୁ ୧୩ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। ୩୬ ହଜାରରୁ ଅଧିକ ଲୋକ ଏହାକୁ ଲାଇକ କରିସାରିଲେଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.